ବରିଷ୍ଠ ନାଗରିକ ମଞ୍ଚର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା, ବିଦ୍ୟୁତ ବିଭାଗରେ ଖଜଣା ପୈଠ କେନ୍ଦ୍ରରେ ବରିଷ୍ଠ ନାଗରି ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା ନିମନ୍ତେ ଅନୁରୋଧ କରାଯିବା ସତ୍ତ୍ୱେ ଏହାର ପ୍ରତିକାର କରାଯାଇନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରି ପୁନଃ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଗଲା । ଓଡିଶା ପରିବହନ ବିବାଗ, ବରିଷ୍ଠ ନାଗରିକଙ୍କ ବସ୍ରେ ଯିବା ଆସିବା ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସହ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଦାବି ଉପସ୍ଥାପନ କରାଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଗୃହ ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଗଲା । ଏହାସହ ପାରଳାଖେମୁଣ୍ଡି ସହର ନିମନ୍ତେ ଏକ ବୃଦ୍ଧାଶ୍ରମ/ଜରାଶ୍ରମ ଏବଂ ଅବସର ବିନୋଦନ କେନ୍ଦ୍ର ଶୀଘ୍ର ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଉକ୍ତ ବୈଠକରେ ଉପ-ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ ହରିମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ରଘୁନାଥ ମହାରଣାଙ୍କ ସମେତ କମିଟିର କାର୍ଯ୍ୟକର୍ତ୍ତାଗଣ ଉପସ୍ଥିତ ଥିଲେ ।