ବରିଷ୍ଠ ନାଗରିକ ମଞ୍ଚ ବୈଠକରେ ମୃତ ରେଳ ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲଳ ବରିଷ୍ଠ ନାଗରିକ ମଞ୍ଚର ୧୪୩ ତମ ମାସିକ କାର୍ଯ୍ୟକର୍ତ୍ତାମଣ୍ଡଳି ବୈଠକ ଫକୀର ମୋହନ ଗୋଲେଇ ନିକଟ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଆଲୋଚନାର ବିଷୟ ଆଗତ କରିଥିଲେ । ଅସାନ୍ତା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଓ ମଞ୍ଚର ବାର୍ଷିକ ଅଧିବେଶନ ପ୍ରସ୍ତୁତି ଉପରେ ବିଶଦ ଆଲୋଚନା ହୋଇଥିଲା । ସଂପାଦକ ଦାମୋଦର ନାୟକ ଏଥିପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ମଞ୍ଚର ମୁଖପତ୍ର ‘ସାୟାହ୍ନ’ ପାଇଁ ବରିଷ୍ଠ ନାଗରିକଙ୍କ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସମ୍ବଳିତ ଲେଖା ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଜିଲା କାର୍ଯ୍ୟାଳୟକୁ ପଠାଇବାକୁ ସମସ୍ତଙ୍କୁୁ ଅନୁରୋଧ କରାଯାଇଛି ।ଏଥି ସହିତ ବରିଷ୍ଠ ନାଗରିକଙ୍କ ପାଇଁ ରେଳବିଭାଗ ପକ୍ଷରୁ ଦିଆଯାଉଥିବା ରିହାତିର ପୁନଃ ପ୍ରଚଳନ, ମାସିକ ବାର୍ଦ୍ଧକ୍ୟ ଭତ୍ତା ୧୫୦୦ଟଙ୍କାକୁ ବୃଦ୍ଧି, ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିବା ସାମାଜିକ ନିରାପତ୍ତା ଓ ସୁରକ୍ଷା ଆଇନକୁ ଜିଲାସ୍ତରରେ ସଠିକ କାର୍ଯ୍ୟକାରୀ କରିବାକୁ ବୈଠକରେ ଦାବି କରାଯାଇଛି ।ଅନ୍ତର୍ଯ୍ୟାମୀ ପ୍ରଧାନ, ଡ. ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଯଶୋଦାନନ୍ଦ ଆଶ୍, ଗୌରାଙ୍ଗ ପାଣିଗ୍ରାହୀ, କମଳାକାନ୍ତ ବେହେରା, ସୀତାରାମ ପ୍ରଧାନ, ଡ. ପଦ୍ମଲୋଚନ ପାତ୍ର ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।