ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବୈଠକ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଥାନା ପରିସରସ୍ଥ ଅଭ୍ୟର୍ଥନା କକ୍ଷ ପରିସରରେ ସ୍ଥାନୀୟ ଅଂଚଳର ବରିଷ୍ଟ ନାଗରିକ ସୁରକ୍ଷା ମଂଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଂଚଳର ବରିଷ୍ଟ ନାଗରିକ ମାନେ କିଭଳି ହାତ ପାହାନ୍ତାରେ ପୁଲିସ ପ୍ରଶାସନ ପକ୍ଷରୁ ସହାୟତା ମିଳିପାରିବ ସେ ନେଇ ମତପ୍ରକାଶ ପାଇଥିଲା । ହିଂଜିଳିକାଟୁ ପୌରାଂଚଳରେ ବହୁ ବରିଷ୍ଟ ନାଗରିକ ଥିଲେ ସୁଦ୍ଧା ମାତ୍ର ୧୭ ଜଣ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ବରିଷ୍ଟ ନାଗରିକ ମାନଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ସପ୍ତାହକୁ ଥରେ ଅଂଚଳର ସମସ୍ତ ବରିଷ୍ଟ ନାଗରିକ ମାନଙ୍କ ସହ ପୁଲିସ ପ୍ରଶାସନ ପକ୍ଷରୁ ସାକ୍ଷାତ କରାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି କହିଥିଲେ । ହିଂଜିଳି ଥାନା ଏ.ଏସ, ଆଇ ତଥା ବରିଷ୍ଟ ନାଗରିକ ସୁରକ୍ଷା ମଂଚର ଅଧିକାରୀ ରାଜନ ବିଷୋୟୀ ସଦା ସର୍ବଦା ଅଂଚଳର ବରିଷ୍ଟ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରି ଆସୁଥିବାରୁ ମଂଚ ପକ୍ଷରୁ ସାଧୁବାଦ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମୁରଲି ଗୌଡ଼, ଗୋକୁଳାନନ୍ଦ ସାହୁ, ଉପେନ୍ଦ୍ର ପାତ୍ର, ଭାସ୍କର ସାହୁ, ଗନ୍ତାୟତ ସ୍ୱାଇଁ, କ୍ଷେତ୍ରବାସି ବେହେରା, ରଘୁନାଥ ଦାଶ, ଉପେନ୍ଦ୍ର ବାଡ଼ତ୍ୟା, ହରିବନ୍ଧୁ ସାହୁ, ରଘୁନାଥ ବିଷୋୟୀ, ତ୍ରିନାଥେ ପଣ୍ଡା, ସତ୍ୟ ନାରାୟଣ ନାୟକ, ବିପ୍ର ଚରଣ ଦାଶ, ପଦ୍ମ ଲୋଚନ ଦାଶ, ବାଉରିବନ୍ଧୁ ତ୍ରିପାଠୀଙ୍କ ସମେତ ଅଂଚଳର ବହୁ ବରିଷ୍ଟ ନାଗରିକ ଆୟୋଜିତ ବୈଠକରେ ଅଂଶ ଗ୍ରହଣ କରିଥିଲେ । ଏ.ଏସ.ଆଇ. ରାଜନ ବିଷୋୟୀ କାର୍ଯ୍ୟକ୍ରମ ପରିଚାୂଳନା କରିଥିବା ବେଳେ ଥାନା କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।