ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ

ବରଗଡ଼, (ତୁଳସୀ ଚରଣ ଦାଶ): ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠଙ୍କୁ ସାକ୍ଷାତକାର କାର୍ଯ୍ୟକ୍ରମରେ ଆମ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆଜୀବନ ସଦସ୍ୟା ଖଜୁରଟିକ୍ରା ୱାର୍ଡ ନଂ ୦୮ ରାଧାରାଣୀ ବିହାରରେ ରହୁଥିବା ସ୍ବର୍ଗତ ଲକ୍ଷ୍ମୀନାରାୟଣ ଦାଶଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପଦ୍ମିନୀ ଦାଶଙ୍କୁ ସାକ୍ଷାତ କରି ପୁଅ ବୋହୁ ଓ ନାତିଙ୍କ ସହିତ ଆନନ୍ଦରେ ଥିବା ପ୍ରକାଶ କରିଥିଲେ, ସମସ୍ତ ପୁଅ ବୋହୁ ଏମାନଙ୍କ ପରି ବୃଦ୍ଧ ପିତା ମାତାଙ୍କୁ ଘରେ ଠିକ ଭାବେ ରଖିଲେ ବୃଦ୍ଧାଶ୍ରମର ଆବଶ୍ୟକତା ପଡିବ ନାହିଁ ବୋଲି ସଭାପତି ଝାଙ୍କର କହିଥିଲେ, ତାଙ୍କ ତିନି ପୁଅ ଓ ଗୋଟିଏ ଝିଅ,
ସମସ୍ତଙ୍କ ବାହାହୋଇ ଅଲଗା ରହୁଥିଲେ ହେଁ ବଡ ପୁଅ ପୁନେରେ ଚାକିରୀ କରୁଥିବା ବେଳେ ସାନ ପୁଅ ବରଗଡ଼ ଏକ ଘରୋଇ କମ୍ପାନୀରେ ଏବଂ ମଝିଆଁ ପୁଅ ଅଶ୍ବିନୀ କୁମାର ଦାଶ କଣ୍ଟ୍ରାକ୍ଟର ଭାବେ କାମ କରି ନିଜ ସ୍ତ୍ରୀ, ପୁଅ ଓ ମାଆଁଙ୍କୁ ପରିବାର ସହିତ ରଖି ଖୁସିରେ ରହୁଥିବା ପ୍ରକାଶ କରିଥିଲେ, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁନୀଲ କୁମାର ଦେବତା ତାଙ୍କ ଜାମାତା, ମଝି ମଝିରେ ଝିଅ ଜ୍ବାଇଁ ଆସି ଦେଖା ଚାହାଁ କରନ୍ତି ବୋଲି ଶ୍ରୀମତୀ ଦାଶ ପ୍ରକାଶ କରିଥିଲେ,
ସଭାପତି ପ୍ରମୋଦ ଝାଙ୍କର ପୁଅ ବୋହୁ ଓ ନIତିଙ୍କ ସଙ୍ଗରେ କିପରି ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବାରୁ ସ୍ବାମୀଙ୍କ ଅନ୍ତେ ଭାଙ୍ଗି ପଡିଥିବା ଶ୍ରୀମତୀ ଦାଶ ଧିରେ ଧିରେ ସେ ସବୁକୁ ଭୁଲି ଏବେ ଠିକ୍ ଅଛି ବୋଲି ପ୍ରକାଶ କରିଥିଲେ,
ଏହି ସାକ୍ଷାତକାର ଅଭିଯାନରେ କେଦାର ମିଶ୍ର, ଗୋବିନ୍ଦ ଦାଶ, ତୁଳସୀ ଚରଣ ଦାଶ, ଦେବୀ ପଟ୍ଟନାୟକ ପ୍ରମୁଖ ଯାଇଥିଲେ, ଜିଲ୍ଲା ବରିଷ୍ଠ ନାଗରିକଙ୍କ ଏହି ସାକ୍ଷାତକାର ଅଭିଯାନକୁ ଭୂୟସୀ ପ୍ରଶଂସା କରିବା ସହିତ ପୁଣି ଆଉଥରେ କେବେ ଆସିବାକୁ ଅନୁରୋଧ କରିଥିଲେ,
ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏହି ସାକ୍ଷାତକାର ଅଭିଯାନକୁ ଅନ୍ୟ ସଂଘମାନେ ମଧ୍ୟ ଆଦର ଓ ଅନୁକରଣ କରୁଥିବା ଗୋବିନ୍ଦ ଦାଶ ପ୍ରକାଶ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ