ବରିଷ୍ଠ ମୋଟର କର୍ମଚାରୀ ଶ୍ରୀନିବାସ ରାଓଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋଟର ୱାକସ ୟୁନିୟନର ଜଣେ ସକ୍ରିୟ ସଦସ୍ୟ ତଥା ବରିଷ୍ଠ ମୋଟର କର୍ମଚାରୀ କୋଣ୍ଡା ଶ୍ରୀନିବାସ ରାଓଙ୍କ ବିୟୋଗରେ ଜିଲ୍ଲା ମୋଟର କର୍ମଚାରୀ ସଂଘ ତରଫରୁ ପାରଳାଖେମୁଣ୍ଡି ନୂଆ ବସ ଷ୍ଟାଣ୍ଡ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି. ସ୍ବର୍ଗତ ଶ୍ରୀନିବାସ ରାଓ ବିଗତ ୪୦ ବର୍ଷ ଧରି ମୋଟର ୱାକସ ୟୁନିୟନର ସଦସ୍ୟ ଭାବେ କାର୍ଯ୍ୟ କରି ବହୁ କର୍ମଚାରୀଙ୍କୁ ବିଭିନ୍ନ ଭାବେ ସାହାର୍ଯ୍ୟ କରି ଆସୁଥିଲେ ବୋଲି ଶୋକସଭାରେ ମୋଟର କର୍ମଚାରୀମାନେ ପ୍ରକାଶ କରିବା ସହ ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି.