ବରିଷ୍ଠ ଶିକ୍ଷକ ନେତା ବିକ୍ରମ ତ୍ରିପାଠୀଙ୍କ ଦେହାନ୍ତ

ବୁଗୁଡ଼ା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ତଥା ବୁଗୁଡ଼ା ବ୍ଲକର ଦକ୍ଷ ଶିକ୍ଷକ ସଂଗଠକ ବିକ୍ରମ ତ୍ରିପାଠୀ (୮୫) ଙ୍କ ଦେହାନ୍ତ ହୋଇଯାଇଛି।ସ୍ୱର୍ଗତ ତ୍ରିପାଠୀ ତାହାଙ୍କ କନିଷ୍ଠ ପୁତ୍ର ସୁଶାନ୍ତଙ୍କ ବୁଗୁଡ଼ା ସ୍ଥିତ ବାସଭବନରେ ରହିଆସୁଥିଲେ l ଗତ ୨୬ ତାରିଖ ଦିନ ସେ ହଠାତ୍ ହୃଦ୍ ଯନ୍ତ୍ରଣା ଭୋଗିବାରୁ ସଂଗେସଂଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ହିଁ ତାଙ୍କର ପରଲୋକ ହୋଇଯାଇଥିଲା l ନିଜସ୍ୱ ବାସସ୍ଥାନ ସଦାଶିବ ପୁର ଶାସନ ଶ୍ମସାନରେ ଶେଷ କୃତ୍ୟ ସମାପନ ହୋଇଥିଲା। ସ୍ବର୍ଗତ ତ୍ରିପାଠୀଙ୍କ ଦେହାନ୍ତ ସମୟରେ ତାଙ୍କର ଧର୍ମପତ୍ନୀ, ଦୁଇ ପୁତ୍ର ହେମନ୍ତ, ସୁଶାନ୍ତ ଓ ପୁତ୍ର ବଧୂ ନାତି ନାତୁଣୀ ଉପସ୍ଥିତ ଥିଲାବେଳେ ଜ୍ଯେଷ୍ଠ ପୁତ୍ର ବସନ୍ତ ଓଡିଶା ବାହାରେ ରହୁଥିବାରୁ ଆସିପାରିନଥିଲେ l ସେ ସେବା ନିବୃତ୍ତ ଶିକ୍ଷକ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ ଆଉ “ଶିକ୍ଷକ ସୌରଭ” ସମ୍ମାନରେ ସମ୍ମାନୀତ ହୋଇଥିଲେ l ତାହାଙ୍କ ବିୟୋଗରେ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ସଭାପତି ବିଶ୍ବ ମୋହନ ମିଶ୍ର, କର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ର,ଉପସଭାପତି ବିପିନ ବିହାରୀ ପଟ୍ଟନାୟକ, ସଂପାଦକ ପ୍ରକାଶ ଚନ୍ଦ୍ର ରଥ, ଯୁଗ୍ମ ସଂପାଦକ ଗୌରୀପତି ଦାଶ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ନାୟକ, ଉପଦେଷ୍ଟକ ନନ୍ଦ କିଶୋର ମିଶ୍ର ତଥା ସଂଘର ସମସ୍ତ ସଦସ୍ଯ ସଦସ୍ଯା ଶୋକ ପ୍ରକଟ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ