ବରିଷ୍ଠ ଶିକ୍ଷାବିତ ଗୌରଚନ୍ଦ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବରିଷ୍ଠ ଶିକ୍ଷାବିତ ସ୍ୱର୍ଗୀୟ ଗୌରଚନ୍ଦ୍ର ଚୌଧୁରୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବସନ୍ତ ବିହାର ସ୍ଥିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସ ଭବନ ଠାରେ ଗୁରୁଗୌରବ ଗୌଚରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ, କବି, ଲେଖକ, ପ୍ରାବନ୍ଧିକ, ସମାଲୋଚକ ଦିବଂଗତ ଗୌରଚନ୍ଦ୍ର ଚୌଧୁରୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା ହେବା ସହ ଶୋକ ବ୍ୟକ୍ତ କରାଯାଇଥିଲା । ଏହା ସହ ସ୍ୱର୍ଗୀୟ ଚୌଧୁରୀ ଜଣେ ବିଶିଷ୍ଟ ଶିକ୍ଷାବିତ, ସାରସ୍ୱତ ସାଧକ, ସରଳ ସାବଳୀଳ ବ୍ୟକ୍ତି ଭାବେ ସର୍ବତ୍ର ପରିଚିତଥିଲେ ବୋଲି ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଚିତ୍ଲାନନ୍ଦ ବେବର୍ତ୍ତା, ବିନୋଦ ଚନ୍ଦ୍ର ଜେନା, ଭାଗବତ ପାଢୀ, ପୂର୍ଣ୍ଣ ଚନ୍ଦ୍ର ରଥ, ନିତ୍ୟାନନ୍ଦ ଚୌଧୁରୀ, ଅରକ୍ଷିତ ପାତ୍ର, ତ୍ରିପତି ପ୍ରସାଦ ପଣ୍ଡା, ଶରତଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ