ବରୁଣସିଂ ପଞ୍ଚାୟତରେ ଏମବିକେ ଚୟନରେ ଅନିୟମିତତା ଅଭିିଯୋଗ

ବାଲେଶ୍ୱର, (ସରୋଜ ପଣ୍ଡା) :-ବରୁଣସିଂ ପଞ୍ଚାୟତରେ ଚଞ୍ଚକତାପୂର୍ଣ୍ଣ ଏମବିକେ ନିଯୁକ୍ତି ଓ ସୂଚନା ଅଧିକାର ଆଇନକୁ ଅଧିକାରୀଙ୍କ ଅବଜ୍ଞାକୁ ନେଇ ଜିଲାପାଳଙ୍କଠାରେ ଆପତ୍ତି ଉଠାଇଛନ୍ତି ପ୍ରାର୍ଥିନୀ ନମିତା ଦାସ । ବରୁଣସିଂ ପଞ୍ଚାୟତର ସାହାର୍ଦ୍ଦା ଅଞ୍ଚଳର ଜୟନ୍ତ କୁମାର ଦାସଙ୍କ ପତ୍ନୀ ନମିତା ଦାସ । ଏହି ପଞ୍ଚାୟତରେ ହୋଇଥିବା ଏମବିକେ ନିଯୁକ୍ତି ପ୍ରକ୍ରିୟାରେ ସେ ଜଣେ ପ୍ରାର୍ଥୀ ଭାବେ ପରୀକ୍ଷା ଦେଇଥିଲେ । ଶିକ୍ଷାଗତ ଯୋଗ୍ୟତା ଠାରୁ ଆରମ୍ଭ କରି ଏସଏଚଜି କାର୍ଯ୍ୟଧାରାରେ ସେ ବେଶ ଆଗରେ ଥିଲେ ବି ପରୀକ୍ଷା ପରିଚାଳନା କରିଥିବା କର୍ମଚାରୀମାନେ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଶ୍ରୀମତୀ ଦାସ ଅଭିଯୋଗ କରିଛନ୍ତି । ଚଞ୍ଚକତା କରି ସେ ଅଞ୍ଚଳର ଅନ୍ନପୂର୍ଣ୍ଣା ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିବା ସେ କହିଛନ୍ତି । ଏହା ବିରୋଧରେ କୋର୍ଟରେ ଏକ ମାମଲା ଏବେ ବିଚାରାଧୀନ ବି ରହିଛି । ତେବେ ଏମବିକେ ଭାବେ ନିଯୁକ୍ତି ପାଇଥିବା ଶ୍ରୀମତୀ ବେହେରାଙ୍କ ପରୀକ୍ଷା ଫଳ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସେ କେଉଁ ଗୋଷ୍ଠୀର ସଦସ୍ୟ ଅଛନ୍ତି ପ୍ରଭୃତିି ବିଷୟରେ ସୂଚନା ଅଧିକାର ଆଇନ ମୂଳେ ଶ୍ରୀତୀ ଦାସ ତଥ୍ୟ ଅବେଦନ କରିଥିଲେ । ମାତ୍ର ବ୍ଲକ କର୍ତ୍ତୃପକ୍ଷ ତଥ୍ୟ ଦେବା ଓ ଯାଞ୍ଚ କରିବା ପରିବର୍ତ୍ତେ କେବଳ ଦିନ ଗଡ଼ାଇ ଚାଲିଛନ୍ତି ବୋଲି ଆରୋପ ଉଠାଇଛନ୍ତି ସେ । ଏନେଇ ସେ ବିଡିଓ, ଜିଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଏମବିକେ ଚୟନରେ ହୋଇଥିବା ଅନିୟମିତତା ସମ୍ପର୍କରେ ଅବଗତ ମଧ୍ୟ କରିଛନ୍ତି । ତେବେ ସୂଚନା ଅଧିକାର ଆଇନ ଜରିଆରେ ମାଗିଥିବା ତଥ୍ୟ ସପ୍ତାହକ ମଧ୍ୟରେ ନ ମିଳିଲେ ସେ ଆସନ୍ତା ୧୨ ତାରିଖରେ ପରିବାର ସହ ରେମୁଣା ବ୍ଲକ ସମ୍ମୁଖରେ ଅନଶନ କରିବେ ବୋଲି ଶ୍ରୀମତୀ ଦାସ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଏକ ଦାବିପତ୍ର ସେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବି ପତ୍ରପ୍ରଦାନ ବେଳେ ଶ୍ରୀମତୀ ଦାସଙ୍କ ସହ ସ୍ୱାମୀ ଜୟନ୍ତ କୁମାର ଦାସ, ହଳଧର ମହାକୁଡ଼, ସୁରେନ୍ଦ୍ର ଦାସ, ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ