‘ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମ୍ୟୁନିଟି ଇଣ୍ଡିଆ’ପକ୍ଷରୁ ଯୁବପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ‘ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମ୍ୟୁନିଟି ଇଣ୍ଡିଆ’ (ଆଇଏଚଆରସିଆଇ)ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଭେନ୍ୟା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲାର ଯୁବ ବ୍ୟବସାୟୀ, ଯୁବ ସମାଜସେବୀ ଓ ସାମ୍ବାଦିକଙ୍କ ସମେତ ବିଭିନ୍ନ ବର୍ଗର ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନର ପ୍ରତିଷ୍ଠାତା ଡ. ଶିବନାରାୟଣ ପାତ୍ର, ମେଜର ଏମ ଏସ ସାହୁ, ଡ. ଶ୍ରୀମାନ ଶ୍ରୀଚନ୍ଦନ ଓ ଯୁବୋଦ୍ୟୋଗୀ ସଂଗ୍ରାମ ଦାସ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ‘ଆଇଏଚଆରସିଆଇ’ର ଗଠନମୂଳକ କାର୍ଯ୍ୟଧାରା ବ୍ୟକ୍ତି ତଥା ସମାଜ ପାଇଁ ବେଶ ଉପାଦେୟ ହୋଇପାରିଛି ବୋଲି କହିଥିଲେ । ବିଶେଷ କରି ଯୁବଶକ୍ତି ଏକତ୍ରୀକରଣ ଓ ଯୁବଗୋଷ୍ଠୀଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ‘ଆଇଏଚଆରସିଆଇ’ର ଜିଲା ସଭାପତି ସୌମ୍ୟଦୀପ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଉପ-ସଭାପତି ଇଂ. ରଜେଶ ମହାକୁଡ଼ ଓ ସୌମ୍ୟରଞ୍ଜନ ଯାଦବ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବିଭିନ୍ନ ବର୍ଗର ଉଦୀୟମାନ ଯୁବକ ଯୁବତୀଙ୍କୁ ଅତିଥିମାନେ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ ।


