ବର୍ଦ୍ଧିତ ଭତ୍ତା ଯୋଜନାରେ ସମ୍ବଲପୁର ର ୮୬୬୨ ସାମିଲ

ସମ୍ବଲପୁର, (ଲିପନ ନାଏକ):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସେବାକୁ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ, ସମ୍ବଲପୁର ର ତପସ୍ଵିନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ର ବିନରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ମହାନଗର ନିଗମ ର କମିଶନର ବେଦ ଭୂଷଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର କୁମାର ମହାନନ୍ଦ ପ୍ରମୁଖ ମଂଚାସୀନ ଥିଲେ। ସମ୍ବଲପୁର ଜିଲ୍ଲାରେ ପ୍ରାୟ ୮୬୬୨ ଏହି ଯୋଜନା ରେ ସାମିଲ ହୋଉଛନ୍ତି।ଉକ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ନାଏକ ଯୋଗ ଦେଇ କହିଲେ ଯେ, ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି । ଓଡିଶାର ଜନସାଧାରଣଙ୍କ ସେବା ରେ ରାଜ୍ୟସରକାର ଦୃଢ଼ ପ୍ରତିଶୃତିବଦ୍ଧ। ଭିନ୍ନକ୍ଷମ ହିତାଧିକାରୀ ମାନଙ୍କ ଜୀବନଶୈଳୀକୁ ଏକ ନୂତନ ଦିଗ ଦେବା ପାଇଁ ରାଜ୍ୟସରକାର ଙ୍କ ର ଏହି ବର୍ଦ୍ଧିତ ଭତ୍ତା, ଏକ ପ୍ରମୁଖ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ନାଏକ କହିଥିଲେ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ