ବର୍ଷାରେ ବେହାଲ୍ ଜଗତସିଂହପୁର

ଜଗତସିଂହପୁର, (ଅନସୂୟା ରାଉତ):ଲଗାଣ ବର୍ଷାରେ ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲା ବେହାଲ୍ ହୋଇ ପଡ଼ିଛି।ଆଜକୁ ସପ୍ତାହ ଧରି ଲଗାଣ ବର୍ଷା ଲାଗିରହିଛି। ବିଶେଷ କରି ପନିପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି।ମହଙ୍ଗା ଯୁଗରେ ଧାର ଉଧାର କରି ପରିବା ଚାଷୀ ଝୁଡଙ୍ଗ, ବାଇଗଣ,କୋଶିଳା, ଭେଣ୍ଡି, ପୋଟଳ ଓ ଜହ୍ନି ପ୍ରଭୁତି ପନିପରିବା ଚାଷ କରିଥିଲା।ଆଶା ରଖିଥିଲା ଫସଲ ଅମଳ କରି ଦୁଇ ଟଙ୍କା ପାଇଥାନ୍ତେ।ହେଲେ ଲଗାଣ ବର୍ଷା ଯୋଗୁଁ ଚାଷୀ କୁଳ ଏବେ ମୁଣ୍ଡରେ ହାତ ଦେଇ ବସି ଛନ୍ତି।ଆଉ ଚାଷୀମାନେ ସରକାରୀ ସାହାଯ୍ୟ ପାଇଁ ଭରସା ରଖି ନାହାନ୍ତି।କାରଣ ଗତ ବର୍ଷ ଧୋଇ ଯାଇଥିବା ଧାନ ଫସଲ କ୍ଷତିପୂରଣ ଆଜିସୁଧା ମିଳିନାହିଁ। କିନ୍ତୁ କାଳିଆ ବଳିଆ ଯୋଜନା ପାଇଁ ସରକାର ବେଶ ତତ୍ପର କିନ୍ତୁ ଧାନ ଫସଲ କ୍ଷତିପୂରଣ ଦିଗରେ ମୁଣ୍ଡ ହୁଗାଳି ଦେଉଛି ସରକାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ