ବର୍ଷାରେ ବେହାଲ ବାଲିବରେଇ ଗାଁ
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍) : (ସୌମ୍ୟରଞ୍ଜନ ଆଚାର୍ଯ୍ୟ ) ସାମାନ୍ୟ ବର୍ଷା ହେଲେ ହାଟଡିହି ବ୍ଲକ ବାଲିବରେଇ ଗ୍ରାମ ରାସ୍ତାରେ ଆଣଣ୍ଠୁଏ ପାଣି ହୋଇଯାଉଛି । ଫଳରେ କିଛି ପରିବାର ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଏପରିକି କିଛି ଲୋକ ବନ୍ୟାଞ୍ଚଳ ଭଳି ବାଉଁଶ ସିଡି ପକାଇ ଘରକୁ ଯିବା ଆସିବା କରୁଛନ୍ତି । ରାସ୍ତା ପାଖ ଲୋକମାନେ ରାସ୍ତା ଠାରୁ ଢ଼େର ଉଚ୍ଚତାରେ ଘରଦ୍ୱାର କରିଦେବା ପରେ ଡ୍ରେନେଜ ବ୍ୟବସ୍ଥା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଗାଁ ଲୋକେ କହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ବହୁବାର ଉଦ୍ୟମ କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରି ନଥିବା କହିଛନ୍ତି ।