ବର୍ଷାରେ ଭାଙ୍ଗିଲା ପୋଖରୀ ଗାର୍ଡୱାଲ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ରାଜ୍ୟ ମୁଖିଆଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିର ଗନ୍ଧ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ପଞ୍ଚାୟତ ର ଖାସପା ଗ୍ରାମର ସ୍ବପ୍ନେଶ୍ବର ମନ୍ଦିର ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁଏମଜିଏନଆରଇଜିଏସ ରେ ନିର୍ମିତ ହୋଇଥିବା କଂକ୍ରିଟ ଗାର୍ଡୱାଲ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ନିର୍ମାଣ କୁ ମାସେ ମଧ୍ଯ ପୁରିନଥିବା ବେଳେ ନିମ୍ନମାନର କାମ ଯୋଗୁଁ ଏହା ଭାଙ୍ଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମନରେଗା ଯୋଜନାରେ ପ୍ରାୟ ଦଶ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। କାମର ତଦାରଖ ପାଇଁ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଥିବାବେଳେ କାମ କିପରି ନିମ୍ନମାନର ହେଲା ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏହାରି ପଛରେ ବଡ ଧରଣର ଦୁର୍ନୀତି ହୋଇଥିବାର ଅଭିଯୋଗ ହେଉଛି। ଏଣୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ,ଫାଇବଟି ସଚିବ ଓ ଜିଲ୍ଲାପାଳ ମହୋଦୟ ଉକ୍ତ ନିମ୍ନମାନର କାମରେ ଲିପ୍ତ ଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କୁ ଉଚିତ ଦଣ୍ଡ ବିଧାନ ହେଉ ବୋଲି ଦାବି କରିଛନ୍ତି


