ବର୍ଷାରେ ଭିଜିଲେ ମନ୍ତ୍ରୀ, ହେଲେ ଜଣାଇଲେ ସମବେଦନା

ବୁଗୁଡା, (ଅନିଲ କୁମାର ମହାରଣା):ଅଗଷ୍ଟ ୬ ତାରିଖ। ଗଞ୍ଜାମ ଜିଲ୍ଲାରେ ଲାଗିରହିଛି ଲଘୁଚାପଜନିତ ଲଗାଣ ବର୍ଷା। ସେଥିରୁ ବାଦ ପଡ଼ିନାହିଁ ବୁଗୁଡା ବ୍ଲକ। ହେଲେ ସେହି ବର୍ଷାରେ ଭିଜି କିଛିଦୂର ଚାଲିଚାଲି ଜଣେ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ବିଧାୟକ ଥିବା ସମୟରୁ ନିଜ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯେ କୌଣସି ଲୋକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ଶ୍ରୀକାନ୍ତ ସାହୁ ନିଶ୍ଚିତ ଭାବେ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଆସୁଥିଲେ। ବର୍ତ୍ତମାନ ଶ୍ରୀ ସାହୁ ମନ୍ତ୍ରୀ ହେଲେବି ସେହି ଆଦର୍ଶକୁ ଭୁଲି ନାହାଁନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ଭାମସ୍ୟାଳୀ ଗ୍ରାମର ଦଣ୍ଡପାଣି ରାଉତ ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଖବର ଜାଣିବା ପରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ଅଗଷ୍ଟ ୬ ତାରିଖ ଦିନ ଲଘୁଚାପଜନିତ ବର୍ଷା ଲାଗିରହିଥିଲେ ସୁଦ୍ଧା ବର୍ଷାରେ ଭିଜି ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଭାମସ୍ୟାଳୀ ସରପଞ୍ଚ ସଞ୍ଜୟ କୁମାର ବିଶ୍ବାଳ, ସମାଜସେବୀ ସୁରେନ୍ଦ୍ର ବରାଡ଼ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଏହି ପ୍ରକାର କାର୍ଯ୍ୟକୁ ସମସ୍ତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ