ବର୍ଷା ପାଇଁ ମହିଳା ରାତିରେ କରନ୍ତି ହଳ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ । ଉତ୍ତରପ୍ରଦେଶ କାନପୁରରେ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ସ୍ଥାନୀୟ ଦାଲପୁରରେ ରାତିରେ ମହିଳାମାନେ ହଳ କରନ୍ତି । ଏହି ପରମ୍ପରା ଏଠାରେ ପୁରାତନ କାଳରୁ ପ୍ରଚଳିତ । ବର୍ଷାର ଅଭାବରେ ଏଭଳି କରାଯାଇଥାଏ ବୋଲି ଲୋକେ କୁହନ୍ତି । ଏହା ଦ୍ୱାରା ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ବର୍ଷା କରାଇଥାନ୍ତି । ଏହି ଅଞ୍ଚଳରେ ଅଧିକାଂଶ ସମୟରେ ମରୁଡ଼ି ପଡ଼ିଥାଏ । ତେଣୁ ଏଭଳି ପରମ୍ପରା ପାଳନ କରାଯାଇଥାଏ । ମହିଳାମାନେ ହଳ କରିବା ସହିତ ଭକ୍ତି ସଙ୍ଗୀତ ଗାନ କରିଥାନ୍ତି । ସେହିପରି ବୁନ୍ଦେଲଖଣ୍ଡ, ଗୁଜରାଟର ନିମାର ଅଞ୍ଚଳରେ ଥିବା ଖରଗାଓଁରେ ମଧ୍ୟ ମହିଳାମାନେ ଏଭଳି କରିଥାନ୍ତି । ତେବେ ଏସବୁଠାରେ ମହିଳା ତଥା ପ୍ରାପ୍ତ ବୟସ୍କା ଯୁବତୀ ରାତିରେ ମୁଣ୍ଡରେ ଓଢ଼ଣା ନ ଦେଇ ହଳ କରିଥାନ୍ତି । ଏହା ଦ୍ୱାରା ବର୍ଷା ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ