ବର୍ଷା ପାଣି ଘେରରେ ଥିବା ଚାଷଜମିକୁ ବୁଲି ଦେଖିଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଲଘୁଚାପ ଜନିତ ଲଗାଣ ବର୍ଷାରେ ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଷ ଜମି ରେ ପାଣି ପଶି ଧାନ ଫସଲ ସବୁକୁ ନଷ୍ଟ କରିଦେଇଛି । ଏନେଇ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିପୁଳିଙ୍ଗି ଗ୍ରାମ ପଂଚାୟତର ବିପୁଳିଙ୍ଗି, କରାତଳି, ତୁଡୁକପଲ୍ଲୀ ଆଦି ଗ୍ରାମକୁ ପରିଦର୍ଶନ କରି ବିଭିନ୍ନ ଚାଷଜମି ଗୁଡିକୁ ବୁଲି ଦେଖିଛନ୍ତି । ବହୁ ଚାଷଜମିରେ ପାଣି ପଶି ଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ ତୁରନ୍ତ ଚାଷଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ ବିଧାୟକ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ଏହି ପରିଦର୍ଶନ ବେଳେ ବିପୁଳିଙ୍ଗି ସରପଂଚ ନରସିଂହ ରେଡ୍ଡି, ସମିତିସଭ୍ୟ ଜୟଦେବ ଲେଙ୍କାଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।