ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ
କୋଦଳା,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠସରସିଙ୍ଗୀ ଠାରୁ ପୁରୁଷୋତ୍ତମପୁର ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ବସ୍, ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ହେଉଥିବା ବେଳେ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତାର ଶିକୁଳା ପୂର୍ବରୁ ଥିବା ଏକ ପୋଲ ନିକଟରେ ବର୍ଷା ପାଣି ଧସେଇ ରାସ୍ତା ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି । ଫଳରେ ବହୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ଆଖପାଖ ଅଞ୍ଚଳରୁ ଲୋକମାନେ କୋଦଳା ଓ ପୁରୁଷୋତ୍ତମପୁର ବଜାରକୁ ଯିବା ଅସମ୍ଭବ ହୋଇ ପଡିଛି। ପୂର୍ବରୁ ଏହି ରାସ୍ତା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ନିମ୍ନମାନର କାମକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।