ବର-କନ୍ୟାଙ୍କ ହାତରେ ରାଇଫଲ୍‌

ଗୌହାଟୀ : ନାଗାଲାଣ୍ଡର ବିଦ୍ରୋହୀ ନେତା ବୋହୋତୋ କିବାଙ୍କ ପୁଅ ବିବାହ ଭୋଜି ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ବର ଓ କନ୍ୟା ଦୁହେଁ ଷ୍ଟେଜ୍ ଉପରେ ଏକେ ୫୬ ଓ ଏମ୍‌ଆଇ୧୬ ରାଇଫଲ ଧରିଥିବାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ୍ ହୋଇଥିବା ଫଟୋରେ ବର ଓ କନ୍ୟା ଦୁହେଁ ଫଟୋ ସୁଟ୍ ସମୟରେ ସ୍ୱୟଂଚାଳିତ ବନ୍ଧୁକର ଟ୍ରିଗର ଉପରେ ଆଙ୍ଗୁଠି ରଖିଥିବା ଦେଖାଯାଇଥିଲା । ସାମାନ୍ୟ ଅନ୍ୟମନସ୍କ ହେଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ଥିବାରୁ ଏହାକୁ ଅନେକ ନାପସନ୍ଦ କରିଥିଲେ । ବୋହୋତୋ କିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡ-ୟୁନିଫିକେସନର ପ୍ରମୁଖ ନେତା । ବାହାଘର ଭୋଜି ଗତ ଶନିବାର ଦିମାପୁରରେ ଆୟୋଜିତ କରାଯାଇଥିଲା । ଅତିଥି ଏ ଘଟଣାକୁ ନାପସନ୍ଦ କରିଥିଲେ ମଧ୍ୟ କୌଣସି ଆପତ୍ତି ଉଠାଇ ନଥିଲେ । ଭୋଜି ଖାଇ ବର-କନ୍ୟାଙ୍କୁ ଆଶୀର୍ବାଦ ଦେଇ ସମସ୍ତେ ଘରକୁ ଚାଲି ଯାଇଥିଲେ । ହେଲେ ଫଟୋଟି ସୋସିଆଲ ମିଡିଆକୁ ଆସିବା ପରେ ଲୋକେ ଏହାକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ