ବଳତ୍କାର ବଢୁଛି, ୫୦ ମାମଲାର ଫାଇଲ ବନ୍ଦ

ରାଜ୍ୟରେ ବଳତ୍କାର ବଢୁଛି। ୨୦୧୭ ତୁଳନାରେ ୨୦୧୮ ମସିହାରେ ରାଜ୍ୟର ବିଭିର୍ଣ୍ଣ ଥାନା ଇଲାକାରେ ୨୮୧ଟି ଅଧିକ ମାମଲା ରୁଜୁ ହୋଇଛି। ସେଥି ମଧ୍ୟରୁ ୫୦ ଟି ମାମଲାକୁ ପୋଲିସ ବିଭିନ୍ନ କାରଣ ଦର୍ଶାଇ ଫାଇଲ ବନ୍ଦ କରିଦେଇଛି। ପୋଲିସ ହେଡ କ୍ୱାଟରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୭ ମସିହାରେ ରାଜ୍ୟରେ ମୋଟ ୨୨୨୧ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ତାହା ବୃଦ୍ଧିପାଇ ୨୫୦୨ରେ ପହଁଚିଛି। ଗତବର୍ଷ ରୁଜୁହୋଇଥିବା ମାମଲା ଗୁଡିକ ମଧ୍ୟରୁ ୧୫୨୬ ଟି ମାମଲାରେ ପୋଲିସ ଚାର୍ଜସିଟ ଫାଇଲ କରିସାରିଥିଲେ ମଧ୍ୟ ୯୨୬ ଟି ମାମଲାର ତଦନ୍ତ ସାରିନଥିବାରୁ ସେଗୁଡିକ ପେଣ୍ଡିଙ୍ଗ ରହିଛି। ୫୦ ଟି ମାମଲାର ତଦନ୍ତ ସାରି ଫାଇଲ ବନ୍ଦ କରିଦିଅ ଯାଇଛି। ସେଥି ମଧ୍ୟରୁ ୭ ଟି ମାମଲା ୠଜଞ କରାଯାଇଛି। ଅର୍ଥାତ ଲସଦ୍ଭବକ୍ଷ କ୍ସରକ୍ଟ୍ରକ୍ଟକ୍ସଗ୍ଧ ଗ୍ଧକ୍ସଙ୍କ, ଅର୍ଥାତ ଘଟଣା ଘଟିଥିବା ପୋଲିସ ସ୍ୱିପକାର କରିଥିଲେ ମଧ୍ୟ ସେ ନେଇ କୌଣସି ତଥ୍ୟ (କ୍ଲିୟୁ) ନ ପାଇ ବନ୍ଦ କରିଦେଇଥିବା ଜଣାଯାଇଛି। ସେହିପରି ଅନ୍ୟ ୪୩ ଟି ବଳତ୍କାର ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇ ଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ପୋଲିସ ସେଗୁଡିକୁ ବନ୍ଦ କରି ଦେଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ