ବଳରାମପୁର ଗ୍ରାମ ଠାକୁରାଣି ମନ୍ଦିର ପ୍ରତିଷ୍ଠା ଉତ୍ସବ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଠାକୁରାଣି ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସୁନ୍ଦରପୁର ଗ୍ରାମ ଠାରୁ ଭକ୍ତମାନେ କଳସରେ ଜଳ ଧାରଣ କରି ବଳରାମପୁର ଉତ୍ସବ ସ୍ଥଳକୁ ଆଣିଥିଲେ । ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୪ ପ୍ରହର ନାମଯଜ୍ଞ, ଘୃତଯଜ୍ଞ ଏବଂ ଅନ୍ନଯଜ୍ଞର ଆୟୋଜନ ହୋଇଛି । ଆଜି କଳସ ଯାତ୍ରା ସହ ରତ୍ନମୁଦ ପ୍ରତିଷ୍ଠା, ବନୁପାଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୋହିତ ରାଜେନ୍ଦ୍ର କୁମାର ରଥ, ମହେଶ୍ୱର ଶତପଥୀ, ତପନ କୁମାର ପାଢୀ, ପ୍ରସନ୍ନ କୁମାର ପାଠି, ଭାସ୍କର ତ୍ରିପାଠୀ, ରବିନାରାୟଣ ନନ୍ଦ, ଲକ୍ଷ୍ମୀ ନାରାୟଣ ଶତପଥୀ ପ୍ରମୁଖ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କର୍ତ୍ତା ଭାବେ ପ୍ରକାଶ ବିଷୋୟା ତାଙ୍କରି ଧର୍ମପତ୍ନୀ ଲିଲି ବିଷୋୟୀ ଏବଂ ନିରଞ୍ଜନ ପାଢୀ ଓ ତାଙ୍କରି ଧର୍ମପତ୍ନୀ ଝୁନୁ ପାଢୀ ଦାୟିତ୍ୱ ତୁଲାଇଥିଲେ । ଆଜି ଏହି ପ୍ରତିଷ୍ଠା ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସଂଜିତ୍ କୁମାର ପାଣିଗ୍ରାହୀ, ବିଜେଡି ଯୁବନେତା କାଳିଆ ନାହାକ ପ୍ରମୁଖ ଯୋଗ ଦେଇଥିଲେ । ମନ୍ଦିର କିମିଟିର ସଭାପତି କୁନା ସାହୁ ଦେବୀ ପ୍ରସାଦ ବେହେରା, ନାରାୟଣ ବେହେରା, ସନ୍ତୋଷ ନାହାକ, ଗୋପାଳ ନାହାକ, ମହାଦିଆ ପାତ୍ର, ଜଗା ପାତ୍ରଙ୍କ ସମେତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।


