ବସନ୍ତିଆରେ ବୋଇତ ବନ୍ଦାଣ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ତଥା ବନ୍ତ ବ୍ଲକ ବସନ୍ତିଆ ଠାରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ବସନ୍ତିଆ ବଜାର ନିକଟସ୍ଥ ପୁଷ୍କରିଣୀର ଉତ୍ସବ ପାଳିତ ହେଉଛି । ଫ୍ରେଣ୍ଡସ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୩୨ତମ ବୋଇତ ବନ୍ଦାଣ ଉତ୍ସବରେ ବନ୍ତ ଥାନା ଆଇଆଇସି ମିନା ବିନ୍ଧାଣି ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । କ୍ଲବର ଉପଦେଷ୍ଟା ପ୍ରଦୀପ କୁମାର ପଣ୍ଡା ଓ ବସନ୍ତ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କ୍ଲବର ସଭାପତି କ୍ଷୀରୋଦ ରାଉଳ, ସଂପାଦକ ମୁକ୍ତିକାନ୍ତ ପଣ୍ଡା, ସଭ୍ୟ ସତ୍ୟବ୍ରତ ପଣ୍ଡା, ରଜତ ମୈକାପ, ଜଗା ସୁଆର, ବିଜୁ ସାହୁ, ଶ୍ରୀମାନ ପଣ୍ଡା, ବାବୁଲି ମୈକାପ, ସରୋଜ ରାଉଳ, ବାପୁନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ବୋଇତ ବନ୍ଦାଣ ଉତ୍ସବ ପୂର୍ବରୁ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଯଥାରୀତି ପୂଜା କରାଯାଇଥିଲା । ପୂଜକ କୁଳମଣି ମିଶ୍ର ପୂଜା ଦାୟୀତ୍ୱ ତୁଲାଉଛନ୍ତି । ଦର୍ଶକ ମାନଙ୍କ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପ ସହିତ ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା କରାଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା, ମେଲୋଡି ଓ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମା ମଂଗଳା ଯୁବକ ସଂଘ ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉତ୍ସବକୁ କ୍ଲବର ସଭାପତି ହେମନ୍ତ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ । ଏଥିରେ ସଂପାଦକ ଗୌରୀ ଶଙ୍କର ପଣ୍ଡା, କୋଷାଧ୍ୟକ୍ଷ ରାଜେଶ କୁମାର ରାଉଳ, ସଭ୍ୟ ରବିନ୍ଦ୍ର ମଲ୍ଲିକ, ସରୋଜ ମଲ୍ଲିକ, ଜହରଲାଲ ଦାଶ, ମୁଖ୍ୟ ଶିଳ୍ପୀ ସିପୁନ ସୁତାର, ହରିହର ମଲ୍ଲିକ, ଜଗନ୍ନାଥ ପରିଡା, ଆଶୁତୋଷ ତିଆଡି ପ୍ରମୁଖ ସହଯୋଗ କରୁଛନ୍ତି । ଏଠାରେ ୩୩ ବର୍ଷ ଧରି ଏହି ଉତ୍ସବ ଚାଲୁଥିବା ଚଳିତ ବର୍ଷ ସପ୍ତାହ ବ୍ୟାପୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଉଭୟ ପାଶ୍ୱର୍ରେ ଦର୍ଶକ ମାନଙ୍କ ଚାହିଦାକୁ ଲକ୍ଷ୍ୟ କରି ବିଭିନ୍ନ ପ୍ରକାରର ଦୋଳି, ଷ୍ଟଲ ମାନ ଖୋଲା ଯାଇଛି । ଅପରାହ୍ନ ଠାରୁ ବନ୍ତ ବ୍ଲକ ସମେତ ପାଶ୍ୱର୍ବର୍ତ୍ତୀ ହାଟହିଡୀ ବ୍ଲକର ଶତାଧିକ ଦର୍ଶକ ଏଠାରେ ରୁଣ୍ଡିଭୂତ ହେଉଛନ୍ତି । ଶାନ୍ତିଶୃଂଖଳା ରକ୍ଷା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।