ବସନ୍ତ କୁମାର ବିହାରୀଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଯାଜପୁର ପ୍ରତିଭା ପୂଜା ଓ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ସ୍ୱର୍ଗତଃ ବସନ୍ତ କୁମାର ବିହାରୀଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଛୋଟି ଗ୍ରାମସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ୍ କେଶବ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସମ୍ପାଦକ ମୂରଲୀଧର ବିଶ୍ୱାଳ, ଶିକ୍ଷାବିତ୍ ରଘୁନାଥ ରାଉତ, ଶିକ୍ଷାବିତ୍ ଦାମୋଦର ମହାନ୍ତି, କବି ଅନାଦି ଚରଣ ଦାସ, କବି ଶୈଳଜା ଶଙ୍କର ସାମଲ, ସମାଜସେବୀ ବାନାମ୍ବର ସେଠୀ, ବୀର କିଶୋର ରାଉତ, ରାମ ନାରାୟଣ ସିଂହ, ଜ୍ଞାନେନ୍ଦ୍ର କୁମାର ବାରିକ, ବେଣୁଧର ନାୟକ, ବାସୁଦେବ ଜେନା, ରାଧା ରମଣ ସିଂହ, ଗଗନ ବିହାରୀ ଜେନା, ଦେବଦାସ ସ୍ୱାଇଁ, ଅଜୟ କୁମାର ସାହୁ ଏବଂ ଶ୍ରୀଧର ଦାଶଙ୍କ ସମେତ ଆତ୍ମୀୟ ସ୍ୱଜନ ଓ ବନ୍ଧୁମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧା ନିବେଦନ କରିଥିଲେ । ମହାବୀର ଜେନାଙ୍କ ନେତୃତ୍ୱରେ ଗ୍ରାମର ଯୁବକମାନେ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ