ବସନ୍ତ ପଞ୍ଚମୀରେ ବୁଡ଼ ପକାଇଲେ ଯୋଗୀ

ପ୍ରୟାଗରାଜ: ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜସ୍ଥିତ ଗଙ୍ଗା ଓ ଯମୁନାର ମିଳନସ୍ଥଳ ସଙ୍ଗମଠାରେ ବୁଡ଼ ପକାଇଛନ୍ତି। ତାଙ୍କ ସହ ସାମିଲ ଥିଲେ ରାଜ୍ୟ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ। ପରେ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଙ୍ଗମ କୂଳରେ ପୂଜାପାଠ କରିଥିଲେ। ଏହା ପରେ ସେ ‘ସେଲ୍‌ଫି ପଏଣ୍ଟ୍‌’ରେ ଏକ ଫଟୋ ସେସନ୍‌ରେ ଯୋଗ ଦେଇଥିଲେ। ବସନ୍ତ ପଞ୍ଚମୀ ଅବସରରେ ସେ ସେଠାରେ ଗୁଡ଼ି ମଧ୍ୟ ଉଡ଼ାଇଛନ୍ତି। ବୁଧବାର ସନ୍ଧ୍ୟା ବେଳେ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ଠାରେ ପହଞ୍ଚିଥିଲେ। ସେଠାରେ ଚାଲିଥିବା ମାଘମେଳା ଲାଗି ଡେରା ପକାଇଥିବା କେତେକ ସାଧୁସନ୍ଥଙ୍କ ସହ ସେ ଆଲୋଚନା ମଧ୍ୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ