ବସୁଧା ଯୋଜନାରେ ୧୬ ଗ୍ରାମକୁ ସାମିଲ କରିବା ପାଇଁ ଦାବି ପତ୍ର
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ବ୍ଲକ ଅଧିନସ୍ଥ ୬ଟି ଗ୍ରାମପଂଚାୟତର ୧୬ଟି ଗ୍ରାମକୁ ଓଡ଼ିଶା ସରକାରଙ୍କ ବସୁଧା ଯୋଜନାରେ ସାମିଲ୍ କରି ଉକ୍ତ ଗ୍ରାମ ଗୁଡ଼ିକରେ ପାନୀୟ ଜଳ ସମସ୍ୟା ଦୂର କରିବା ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାବି ଜଣାଇଛନ୍ତି । ସେହି ଗ୍ରାମଗୁଡ଼ିକ ହେଲା ମଲାଡ ଗ୍ରାମପଂଚାୟତର ବରଦା, ରାଉଳିବନ୍ଧ, ଚୈତନ୍ୟପୁର, ସୁବଳୟା ଗ୍ରାମପଂଚାୟତର ଡିଏନଟି କଲୋନୀ, ସନ୍ତୋଷପୁର ଗ୍ରାମପଂଚାୟତର ସାତୁଳି, କାର୍ତ୍ତିକଢିହ, କୁଞ୍ଜିଢେପ, ଲାଉପୁଟୁ ଓ ସାନଗୋପାଳପୁର । ସେହିପରି କାଇଁଚପୁର ଗ୍ରାମପଂଚାୟତର ଝାଡ଼କୁଦ ଓ ମାଳିଜଗନ୍ନାଥପୁର, ୟୁଡିଏସପୁର ଗ୍ରାମପଂଚାୟତର ନନ୍ଦନନ୍ଦନାପଲ୍ଲୀ, ବେଣିଘୋରି, ବାଳସିଙ୍ଗପଲ୍ଲୀ, ଖଟିଆରାମଚନ୍ଦ୍ରପୁର ଏବଂ ସାନରାମଚନ୍ଦ୍ରପୁର ପଂଚାୟତର ପଣସଢ଼ିହ ଗ୍ରାମ ଗୁଡ଼ିକ ରହିଛି । ଏହା ପୂର୍ବରୁ ବସୁଧା ଯୋଜନାରେ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମକୁ ସାମିଲ୍ କରାଯାଇଅଛି । ଏହି ୧୬ଟି ଗ୍ରାମକୁ ସାମିଲ୍ କରାଗଲେ ବ୍ଲକର ୭୧ଟି ଗ୍ର୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବ ।


