ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଲା କାଦିଆନ ସମ୍ମିଳନୀ
ତୃତୀୟ ଭାଷଣରେ ପ୍ରକାଶକ ଓ ମୁଦ୍ରଣ ସଚିବ ମୌଲାନା ହାଫିଜ ମଖଦୁମ ଶରିଫ ଯୁଗାବତାର ହଜରତ ମିର୍ଜା ଗୁଲାମ ଅହମଦଙ୍କ ପବିତ୍ର ଜୀବନୀ, ପବିତ୍ର କୋରାନ ଆଧାରାନୁଯାୟୀ ତଥ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ମୁଖ୍ୟ ସଚିବ ମୌଲାନା ମହମ୍ମଦ ଇନାମ ଘୋରି ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ଅଧିବେଶନରେ ବିଶ୍ବବ୍ୟାପ୍ତ ଅହମଦୀୟା ମୁସଲିମ ସଂଗଠନର ସର୍ବୋଚ୍ଚ ମୁଖ୍ୟ ହଜରତ ମିର୍ଜା ମସରୁର ଅହମଦ, ମୁସଲିମ ଟେଲିଭିଜନ ଅହମଦୀୟା ସାଟିଲାଇଟ ମାଧ୍ୟମରେ ଉପସ୍ଥିତ ସଭାସଜ୍ଜନ ମଣ୍ଡଳିଙ୍କୁ ଉଦବୋଧନ ଦେଇଥିଲେ । ସେ ଉଦବୋଧନରେ କଳିଯୁଗରେ କଳକୀ ଅବତାରଙ୍କ ଆବିର୍ଭାବ, ସକଳ ଧର୍ମରେ ଥିବା ଅନ୍ତିମ ଯୁଗ ବିଷୟରେ ଭବିଷ୍ୟତବାଣୀ ତଥା ଅହମଦୀୟା ସଂଗଠନର ବିଶ୍ବସ୍ତରୀୟ ସୁନ୍ଦର କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ବାଖ୍ୟା କରିଥିଲେ । ଏହି ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ୪୨ ଗୋଟି ଦେଶର ପ୍ରତିନିଧି ତଥା ଭାରତ ବର୍ଷର କୋଣଅନୁକୋଣରୁ ୧୫୦୦୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡିଶା ପ୍ରଦେଶର ଖୋର୍ଦ୍ଧା,କଟକ,ନୟାଗଡ, ଫୁଲବାଣୀ, ବୌଦ୍ଧ, ରାୟଗଡା, କଳାହାଣ୍ଡି, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ,କେନ୍ଦ୍ରାପଡା,ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ପୁରୀ ଏବଂ ଜଗତସିଂ ପୁର ଜିଲ୍ଲାରୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଆମକ ଆଦମି ପାଟିର ମନ୍ତ୍ରୀ କୁଲଦିପ ସିଂ ଧାଲିବାଲ, ହୁଶିଆରପୁରର ବି.ଜେ.ପି ନେତା ଅଭିନାଶ ରାୟ ଖନ୍ନା, ବଟାଲାର ଏ.ଏଲ.ଏ ଅମନ ଶେରସିଂ ଶାହିରୀ କାଲସି, କାଦିଆନ ସହରର ଆମ୍ ଆଦମି ପାଟିର ଇନଚାର୍ଜ ଏସ.ଜଗ୍ରୁଲ ସିଂ ଶେଖାବତ, ଆମ ଆଦମି ପାଟିର ଏମ ଏଲ ଏ ରମଣ ବାହିଲ, କାଦିଆନ ସହରର ବିଜେପି ନେତା ଏସ.ଫତେହ ଜଙ୍ଗ ସିଂ ବାଜଓ୍ବା, କଂଗ୍ରେସ ଏମ ଏଲ ଏ ବଲବିନ୍ଦର ସିଂ ଲାଡ୍ଡି ଏବଂ ପ୍ରସିଦ୍ଧ ଖବର କାଗଜ ହିନ୍ଦ୍ ସମାଚାରର ମୁଖ୍ୟ ସମ୍ପାଦକ ବିଜୟ କୁମାର ଚୋପଡା ପ୍ରମୁଖ ଯୋଗ ଦେଇଥିଲେ ।୧୨୮ତମ କାଦିଆନ ସର୍ବଧର୍ମ ଶାନ୍ତି ସମ୍ମିଳନୀର ଅନ୍ତିମ ଦିବସର ପ୍ରଥମ ଅଧିବେଶନରେ ଅତିରିକ୍ତ ଇସଲାହ ଓ ଇରଶାଦ ସଚିବ ମୌଲାନା ମୁନିର ଅହମଦ ଖାଦ୍ଦିମ ପୌରୋହିତ କରିଥିଲେ । ପବିତ୍ର କୋରାନ ପାଠ ଓ ଉର୍ଦ୍ଦୁ ସଂଗୀତ ପରିବେଷଣ ପରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାମିଆ ଅହମଦୀୟ କାଦିଆନର ପ୍ରିନ୍ସିପଲ ମୌଲାନା ଅତାଉଲ ମୁଜିବ ଲୋନ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଉପରେ ଈଶ୍ବରଙ୍କର ଦିନୁଦିନ ହେଉଥିବା ଅନୁକମ୍ପା ତଥା ଆଶୀର୍ବାଦ ଏବଂ ଜମାତର ଉନ୍ନତି ଓ ବିକାଶ ବିଷୟରେ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଉପ ସଚିବ ନୁରୁଲ ଇସଲାମ ମୌଲାନା ଜମାଲ ଶରିୟତ ଅହମଦ ଧର୍ମବାଣୀର ପ୍ରଚାର ଓ ପ୍ରସାରର ଦିଗରେ ଅହମଦିମାନଙ୍କର କର୍ତ୍ତବ୍ୟ ବିଷୟରେ ମତପ୍ରକାଶ କରିଥିଲେ । ସମ୍ମ୍ନୀତ ଅତିଥି ଭାବେ ଘାନା ଦେଶରୁ ଆସି ଯୋଗ ଦେଇଥିବା ରାଷ୍ଟ୍ରୀୟ ସଭାପତି ମହମ୍ମଦ ବିନ ସ୍ବାଲେହ କହିଲେ, ମୁଁ ୪୫ ବର୍ଷ ତଳେ ପ୍ରଥମ ଥର କାଦିଆନ ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥିଲି । ଏ ବସ୍ତି କାଦିଆନ ବିଷୟରେ ସେ ସମୟରେ କେହି ଜାଣନ୍ତି ନାହିଁ । କିନ୍ତୁ ଏବେ ସମଗ୍ର ବିଶ୍ବରେ ଏହା ଚହଳ ସୃଷ୍ଟି କରିଛି । ସେ ସମୟରେ ଏକ ସ୍ବର ଯାହା ଯୁଗ ପ୍ରବର୍ତ୍ତକଙ୍କ ମୁହଁରୁ ବାହାରି ଥିଲା, ଆଜି ଘାନା ଭଳି ଦୂର ଦେଶରେ ସେ ସ୍ବର ଗୁଞ୍ଜରିତ ହେଉଛି । ମୁଁ ସେହି ଘାନାରୁ ଯୁଗ ପ୍ରବର୍ତ୍ତକଙ୍କ କଥା ଶୁଣି, ତାଙ୍କ ଠାରେ ବିଶ୍ବାସ ପୋଷଣ କରି ତାଙ୍କ ସତ୍ୟତାର ବଳିଷ୍ଠ ନିଦର୍ଶନର ଅଂଶ ବିଶେଷ ହୋଇପାରିଛି । ଆଫ୍ରିକା ମହାଦେଶରେ ଘାନା ଦେଶ ସର୍ବ ପ୍ରଥମ ଅହମଦୀୟା ସମ୍ପ୍ରଦାୟର ଜନବହୁଳ ଦେଶ । ଘାନା ଦେଶରେ ୧୦୦୬ରୁ ଊର୍ଦ୍ଧ୍ବ ସ୍ଛାନରେ ଅହମଦୀୟା ମୁସଲିମ ଜନବହୁଳ ସଂଗଠନ ପ୍ରତିଷ୍ଠିତ ହୋଇଛି । ଦେଶରେ ୫୦୦ରୁ ଊର୍ଦ୍ଧ୍ବ ମସଜିଦ ଏବଂ ଅନେକ ସ୍ଥାନରେ ଜନସେବା କାର୍ଯ୍ୟ କରାଯାଉଛି ।ଦ୍ବିତୀୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗ୍ଲୋବାଲ ପିସ୍ ଫାଉଣ୍ଡେଷନର ଅଧ୍ୟକ୍ଷ ଡ.ମାରକଣ୍ଡେ ରାୟ କହିଲେ, ଅହମଦୀୟା ମୁସଲିମ ସଂଗଠନର ପ୍ରବର୍ତ୍ତକ ହଜରତ ମିର୍ଜା ଗୁଲାମ ଅହମଦ ବିଶ୍ବଶାନ୍ତି ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ଆଜି ତାକୁ ତୁମମାନଙ୍କ ଜରୀଆରେ ପୂରଣ ହେବାର ଦେଖାଯାଉଛି । ଗୋଟିଏ ସ୍ବପ୍ନ ଯାହାକୁ ଜଣେ ନୁହେଁ ବହୁତ ଲୋକେ ଦେଖିଥିଲେ ତାହା ସ୍ବପ୍ନ ନୁହେଁ ବାସ୍ତବରେ ସତ୍ୟ ହୋଇ ଯାଇଥାଏ । ମୁଁ ଏଠି ଆସି ଯେଉଁ ସବୁ ବ୍ୟବସ୍ଥା ଦେଖିଲି ତାହା ମୋତେ ବହୁତ ଆଚମ୍ଭିତ କରିଛି । ଏପରି ବ୍ୟବସ୍ଥା ନିଶ୍ଚିତ ଭାବେ ବିଶ୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିପାରିବ ।ଅହମଦୀୟା ମୁସଲିମ ସଂଗଠନର ଶ୍ଲୋଗାନ ‘ପ୍ରେମ ସଭିଙ୍କ ପାଇଁ-ଘୃଣା କାହାକୁ ନାହିଁ’ ବାସ୍ତବରେ ଭାରତ ବର୍ଷର ବାର୍ତ୍ତା ବସୁଧୈବ କୁଟୁମ୍ବକମର ପ୍ରକୃତ ଭାବାର୍ଥ । ଭାରତରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ବାସ୍ତବରେ ‘ପ୍ରେମ ସଭିଙ୍କ ପାଇଁ-ଘୃଣା କାହାକୁ ନାହିଁ’ର ଉଦ୍ଦେଶ୍ୟ । ଯାହାକୁ ଆମେ ସମସ୍ତେ ମିଳିମିଶି ସମ୍ପୂର୍ଣ୍ଣ କରିବା । ମାନବିକତା ଏବଂ ମାନବର ମୂଲ୍ୟବୋଧକୁ ପ୍ରଥମେ ବୁଝିବାକୁ ହେବ । ସର୍ବେ ଭବନ୍ତୁ ସୁଖିନଃ-ସର୍ବେ ଶାନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ଚନ୍ତୁ, ମା କଶ୍ଚିତ ଦୁଃଖ ଭାଭବେତର ଅସଲ ମର୍ମକୁ ବୁଝିବାକୁ ହେବ ।


