ବସୁନ୍ଧରା ଯୋଜନାର ହିତାଧିକାରୀଙ୍କୁ ଜମି ଚିହ୍ନଟ ଅବହେଳା ପ୍ରତିବାଦରେ ଧାରଣା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ ସେଣ୍ଡତୀରା ପଞ୍ଚାୟତ ବରପଦା ଗ୍ରାମର ପଟ୍ଟା ପାଇଥିବା ଭୂମିହୀନ ମାନଙ୍କୁ ଜମି ଚିହ୍ନଟ ଅବହେଳା ପ୍ରତିବାଦରେ ସୋମବାର ହିତାଧିକାରୀ ମାନେ ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ତହସିଲଦାର ମନୋରମା ଜାଲି ଧାରଣାକାରୀଙ୍କୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାଦେଇ ଲୋକମାନଙ୍କ ୁବୁଝାସୁଝା କରିବା ପରେ ଧାରଣା ଓହରିଥିଲେ । ସୂଚନା ଅନୁଯାୟୀ ଛୟାଳସିଂହ ରାଜସ୍ୱ ନୀରିକ୍ଷକ କାର‌୍ୟ୍ୟାଳୟ ଅଧିନ ବରପଦା ମୌଜାର ଖାତା ନଂ-୨୫୩, ଏରିଆ-୨-୪୩ଡି ଜମି ସରକାରୀ ହୋଇଥିବା ବେଳେ ଏହାକୁ ଗ୍ରାମର କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଫଳରେ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ହୋଇପାରୁନଥିବା ବେଳେ ପିଲା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ବହୁ ବର୍ଷ ହେବ ଗ୍ରାମର ଭୂମିହୀନ ପରିବାର ମାନେ ସରକାରୀ ପଟ୍ଟା ପାଇଥିଲେ ମଧ୍ୟ ସେମାନଙ୍କୁ ଜମି ଚିହ୍ନଟ କରାଯାଉନାହିଁ । ଫଳରେ ଭୂମିହୀନ ପଟ୍ଟାଧାରୀ ମାନେ ଘର ତିଆରି କରି ନପାରି ପରଘରେ ଆଶ୍ରୟ ନେଇଛନ୍ତି । ଏସଂପର୍କରେ ଗ୍ରାମବାସୀମାନେ ବହୁବାର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । ଶେଷରେ ଭୂମିହୀନ ପଟ୍ଟାଧାରୀ ମାନେ ଜମି ଚିହ୍ନଟ ଦାବୀରେ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଥିନେଇ ଗ୍ରାମବାସୀ ମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ସାଂସଦ, ଭଦ୍ରକ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଭଦ୍ରକ, ଆଇଆଇସି, ବନ୍ତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଆଗରପଡାଙ୍କୁ ଲିଖିତ ଜଣାଇଥିଲେ । ଆଜିର ଧାରଣାରେ ବାସନ୍ତୀ ମୁଣ୍ଡା, କାଳନ୍ଦି ମୁଣ୍ଡା, କୁନି ମୁଣ୍ଡା, ରେବତୀ ମୁଣ୍ଡା, ଗଣେଶ ମୁଣ୍ଡା, ଚମ୍ପା ମୁଣ୍ଡା, ତନ ମୁଣ୍ଡା, ନିରଂଜନ ମୁଣ୍ଡା, ପ୍ରମୋଦ ମୁଣ୍ଡା, ମଞ୍ଜୁ ମୁଣ୍ଡା ପ୍ରମୁଖ ବସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ