ବସ୍ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ

ବେଲଗୁଣ୍ଠା(ଯୁଗାବ୍ଦ ନ୍ୟୁଜ)-ଗାଙ୍ଗପୁର ଥାନା ପାଇଲିପଡା ଛକରେ ୫ତାରିଖ ଶୁକ୍ରବାର ରାତ୍ର ୯ଟା ସମୟରେ ଏକ ଘରୋଇ ଯାତ୍ରୀବାହି ବସ୍ ବାଇକ୍ କୁ ଧକ୍କା ଦେବା ଫଳରେ ଧାନପୁଞ୍ଜା ଗ୍ରାମର ବାଇକ୍ ଚାଳକ ବୀଣା ରାଉତ ଗୁରୁତର ଆହତ ହୋଇଥିଲେ । ।ବୀଣା କୁ ଗାଙ୍ଗପୁର ପୋଲିସ ପ୍ରଥମେ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ।ବୀଣାର ଧମନୀ ଛିଣ୍ଡି ଯାଇଥିବାରୁ ତାଙ୍କୁ କଟକ ଏସ୍.ସି.ବି ରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ ରବିବାର ୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।ମୃତ ଦେହ କଟକରେ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।ଶବ ନିଜ ଗ୍ରାମ ଧାନପୁଞ୍ଜା ରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ।ସୁଚନା ମୁତାବକ ବୀଣା ଗାଙ୍ଗପୁରରୁ ନିଜ ଗ୍ରାମ ଧାନପୁଞ୍ଜା ଫେରୁଥିଵା ବେଳେ ହଠାତ ବାଇକ କୁ ରାସ୍ତାର ଅପର ପାର୍ଶ୍ଵରୁ ଗାଁ ପଟକୁ ବୁଲେଇ ଦେଇଥିଲେ ।ଏହି ସମୟରେ ପଛରୁ ଦ୍ରୁତ ଗତିରେ ବ୍ରହ୍ମପୁରରୁ ଭଞ୍ଜନଗର ଯାଉଥିବା ଚନ୍ଦନ ନାମକ ଘରୋଇ ବସ୍ ନଂ ଓଡି୦୭ଜି୭୨୭୧ ତାକୁ ଧକ୍କା ଦେଇଥିଲା ।ଏଥିରେ ବୀଣା ଗାଡି ମଝିରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ ।ପୋଲିସ ୧୭୩/୧୯ ରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ