ବସ୍ ରେ ଲାଗିଲା ନିଆଁ
ଭୁବନେଶ୍ୱରର ଶହୀଦନଗର ରାସ୍ତା ଉପରେ ଠିଆ ହୋଇଥିବା ବସରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ସୂଚନାଥାଉକି ବସ୍ ନମ୍ବର – କେଏ ୦୧ ଡି ୫୧୮୦ରେ ଆଜି ଅପରାହ୍ନ ସମୟରେ ହଠାତ ଧୂଆଁ ବାହାରିଥିଲା । ଦେଖୁଦେଖୁ ନିଆଁ ଚାରିଆଡୁକୁ ବ୍ୟାପିଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି । ତେବେ କେଉଁ କାରଣ ପାଇଁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ ।


