ଅଯୋଧ୍ୟାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ !

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି ।ଗୁଇନ୍ଦା ଏଜେନ୍ସିମାନଙ୍କ ହାତରେ ପଡ଼ିଥିବା ଜୈଶ୍-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତ୍ତାରୁ ଏ କଥା ଜଣାପଡ଼ିଛି। ଚାଟିଙ୍ଗ୍ ଆପ୍ ‘ଟେଲିଗ୍ରାମ୍’ ଜରିଆରେ ପଠାଯାଇଥିବା ଏହି ବାର୍ତ୍ତାରୁ ଜଣାପଡ଼ିଛି ଯେ ପାକିସ୍ତାନର ଏହି ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଯୋଜନା କରୁଛି।ଏହି ବାର୍ତ୍ତାକୁ ଗୁଇନ୍ଦା ଏଜେନ୍ ମାନେ ସମସ୍ତ ନିରାପତ୍ତା ଏଜେନ୍ସିଙ୍କୁ ସେୟାର୍ କରିବା ପରେ ଅଯୋଧ୍ୟା ଏବଂ ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ