ବସ ଟର୍ମିନାଲ,ମାକେର୍ଟ କଂପ୍ଲେକ୍ସ କାମ ବିଳମ୍ବ ନେଇ ଅସନ୍ତୋଷ , ଜିଲାପାଳଙ୍କ ସମୀକ୍ଷା ବୈଠକ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ପୂର୍ବାହ୍ନରେ ହିଂଜିଳିକାଟୁ ବ୍ଳକ ଅଫିସ ସଭାକକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଛତ୍ରପୁର ଉପ ଜିଲାପାଳ ପ୍ରିୟରଂଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ପ୍ରମୁଖଙ୍କ ସହ ପ୍ରବୋସନାରୀ ସର୍ବ ଭାରତୀୟ ପ୍ରଶାସକ ଯୋଗଦେଇଥିଲେ । ହିଂଜିଳିକାଟୁ ବସ ଟର୍ମିନାଲ , ମାକେର୍ଟ କଂପ୍ଲେକ୍ସ ଓ ଇନଡ଼ୋର ଷ୍ଟାଡ଼ିଅମ ନିର୍ମାଣରେ ବିଳମ୍ବ ନେଇ ଜିଲାପାଳ ଅନନ୍ତୋଷ ଜାହିର କରିବା ସହ ତୁରନ୍ତ କାର୍ଯ୍ୟ ସମ୍ପାଦନ ନ’କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀଙ୍କୁ ଚେତାବନୀ ଦେଇଥିଲେ । ହିଂଜିଳିକାଟୁ ଅଂଚଳର ଚାଷୀ ୨ ଟି ଫସଲ କିପରି ଅମଳ କରି ପାରିବେ ସେଥି ପ୍ରତି ରିପୋର୍ଟ କରିବା ନେଇ କୃଷି ବିଭାଗ ଓ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ କହିଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ୮ଦିନ ମଧ୍ୟରେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ । ଭଲ କାମ ସହ ଧାର୍ଯ୍ୟ ସମୟରେ କାର୍ଯ୍ୟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନଅଧିକାରୀ ଧରଣୀଧର ଭୂୟାଁ, ଜିପିଓ ବିଜୟ କୁୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାରହୋତା, ଡ଼ଃ. ଅନିଲ କୁମାର ରଥ, ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ, ଇଂ. ସନ୍ତୋଷ କୁମାର ଚୌଧୁରୀ, ଇଂ. ପରମାନନ୍ଦ ସାହୁ, ଇଂ. ପ୍ରଦୀପ କୁମାର ପାଢି, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଯୋଗାଣ ନିରୀକ୍ଷକ ଶରତ ବେହେରା, ଇଂ. ଅରୁଣ କୁମାର ଶୁଳ୍କାଙ୍କ ସମେତ ବ୍ରହ୍ମପୁର କୃଷି ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ, ହିଂଜିଳିକାଟୁ ପୋ÷ର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ଜଳ ସେଚନ, ପୂର୍ତ ବିଭାଗ, କ୍ଷୁଦ୍ର ଜଳ ସେଚନର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।


