ବସ ଡ଼୍ରାଇଭର ଙ୍କୁ ମରଣାନ୍ତକ ଆକ୍ରମଣ ଥାନାରେ ଏତଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ମାର୍ଲୋବା ଗ୍ରାମ ବସଷ୍ଟାଣ୍ଡ ଠାରେ ଜଣେ ବସ ଡ଼୍ରାଇଭରଙ୍କୁ ମାର୍ଲୋବା ଗ୍ରାମର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା କୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ପାରଳାଖେମୁଣ୍ଡି ଠାରୁ କଟକ ଯାଉଥିବା ଏକ ବର୍ଷାରାଣୀ ନାମକ ରାତ୍ରି କାଳୀନ ବସକୁ ମାର୍ଲୋବା ଗ୍ରାମ ଛକ ଠାରେ କିଛି ସ୍ଥାନୀୟ ଯୁବକ ଅଟକାଇଥିଲେ ଓ ଡ଼୍ରାଇଭର ରାଜକୁମାର ଶବର କୁ ପାର୍ଶଲ୍ ଆସିଛି କହି ମାଗିଥିଲେ। ହେଲେ ଡ଼୍ରାଇଭର ରାଜକୁମାର କିଛି ପାର୍ଶଲ୍ ଆସିନି ବୋଲି କହିଥିଲେ। ଏହାଶୁଣି ଯୁବକ ମାନେ ଡ଼୍ରାଇଭର ରାଜକୁମାର କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କରି ବସର କାଚ ଓ ଅନ୍ୟ ଜାଗାରେ ବାଡେଇଥିଲେ ପ୍ରତିବାଦ କରି ବାରୁ ୧୦ରୁ ୧୫ଜଣ ଯୁବକ ମାନେ ଡ଼୍ରାଇଭର ରାଜକୁମାର କୁ ବସ ଉପରୁ ବାହାରକୁ ଟାଣି ଆଣି ସମସ୍ତେ ମିଶି ତଳେ ପକାଇ ଲାତ , ଗୋଇଠା, ମୁଥ ଓ ପଥରରେ ଆକ୍ରମଣ କରିଥିଲେ ଯାହା ଫଳରେ ଡ଼୍ରାଇଭର ରାଜକୁମାର ର ମୁଣ୍ଡ ଫାଟି ଗଭୀର କ୍ଷତ ଘଟିଯାଇଛି।ଏହି ସମୟରେ ବସର କଣ୍ଡକ୍ଟର ଓ ହେଲ୍ପର ଓ ବସିଥିବା ଯାତ୍ରୀ ମାନେ ସେଠାରୁ ଉଦ୍ଧାର କରି ରାୟଗଡ ଆଣିଥିଲେ। ଏହାକୁ ନେଇ ରାୟଗଡ ପୋଲିସ ଥାନରେ ରାଜକୁମାର ଏକ ଲିଖିତ ଅଭିଯୋଗ କରି ଥିବା ବେଳେ ପୁଲିସ ୧୧୪/୨୨ ଏକ ମାମଲା କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ଡ୍ରାଇରର ମହାସଂଘ ର ରାୟଗଡ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ମଧ୍ୟ ଏକ ଲିଖିତ ଅଭିଯୋଗ ଥାନାରେ ଦେଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।