ମାଁ ଦ୍ବାରା ଅବହେଳିତ ହେଉଥିବା ଶିଶୁକୁ ଉଦ୍ଧାର କଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରକାଶଥାଉକି ଯେ, ଏକ ମାଁ ତାର ନବଜାତ ଶିଶୁକୁ ନେଇ ପାରଳାଖେମୁଣ୍ଡି ସହରର ପେଲେସ୍ ଷ୍ଟ୍ରିଟ୍ ସ୍ଥିତ ରାମଲିଙ୍ଗେଶ୍ବର ମନ୍ଦିର ଆଗରେ ଭିକ ମାଗୁଥିଲା, ଏପରିକି ଶିଶୁଟିକୁ ନେଇ ବର୍ଷାରେ ଓଦା ହୋଇ ବାହାରେ ବୁଲିବା, ଶୀତ କାକରରେ ବାହାରେ ଧରି ଭିକ ମାଗିବା ଏବଂ ଟାଣ ଖରାରେ ପିଲାଟାକୁ ଛାଡ଼ି ବାହାରେ ବୁଲିବା ବିଭିନ୍ନ ଗୋଷ୍ଠୀର ଲୋକଙ୍କ ନଜରକୁ ଆସିଥିଲା।ଯାହାଦ୍ବାରା କି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲଡ଼ଲାଇନ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମାଁ ଏବଂ ଶିଶୁକୁ ସ୍ବଧାର ଗୃହରେ ରଖି ସମସ୍ତ ଦାୟିତ୍ବ ନେବା କଥା ବାରମ୍ବାର ବୁଝାଇବା ସତ୍ତ୍ବେ ମାଁ ଦ୍ବାରା ଶିଶୁଟି ଅବହେଳିତ ହୋଇଆସୁଥିଲା, ଯା ଦ୍ବାରା ପିଲାଟିର ସ୍ବାସ୍ଥ୍ୟ ଭଲ ନଥିବା ଜଣାପଡ଼ୁଥିଲା। ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଶିଶୁଟିକୁ ମାଁ ପାଖରୁ ଆଣି ତାର ସ୍ବାସ୍ଥ୍ୟବସ୍ଥା ଏବଂ ଯତ୍ନ ଦେବାଲାଗି କାର୍ୟ୍ୟ ଆରମ୍ଭ କରିଛି। ଶିଶୁଟି ବର୍ତ୍ତମାନ ସରକାରଙ୍କର ତତ୍ତ୍ବାବଧାନରେ ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ