ବହଳଦାରେ ଡ. ଆମ୍ବେଦକର’ଙ୍କ ୧୩୦’ତମ ଜୟନ୍ତି ପାଳିତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜାଜିରାଗୋଡା ଖେଳ ପଡିଆ ପରିସରରେ ପେସା ଗ୍ରାମସଭା ସମିତି ଓ ମୂଳନିବାସୀ ଏକତାମଞ୍ଚ ସଂଗଠନ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ୧୩୦’ତମ ଜୟନ୍ତି ପାଳିତ ହୋଇ ଯାଇଛି। ପେସା ଗ୍ରାମସଭା ସମିତି ଓ ମୂଳନିବାସୀ ଏକତାମଞ୍ଚ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବାତିଲକା ପାଠାଗାର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ବାବାତିଲକା ପାଠାଗାର ସଭାପତି ତଥା ସମାଜସେବୀ ରାମଚନ୍ଦ୍ର ହେମ୍ବ୍ରମ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲାବେଳେ ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମୂଳନିବାସୀ ଏକତାମଞ୍ଚ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିରଜା ମଣ୍ଡଳ,ମଞ୍ଜରୀ ବେହେରା ଓ ନାଗୀମଣୀ ଟୁଡୁ ପ୍ରମୁଖ ଉପସ୍ଥିତ ରହି ଡ.ଭୀମରାଓ ଆମ୍ବେଦକରଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ତଥା ଖବରଦାତା ବସନ୍ତ ସାଣ୍ଡିଲ ଏବଂ ମୂଳନିବାସୀ ଏକତାମଞ୍ଚ ବହଳଦା ବ୍ଲକ ସଂଯୋଜକ ପିତାମ୍ବର ମୁର୍ମୁ’ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିତାମ୍ବର ମୁର୍ମୁ ମଞ୍ଚ ପରିଚାଳନା କରିଥିଲେ।ଅର୍ଜୁନ ମାର୍ଣ୍ଡି,ସାଓନା ହେମ୍ବ୍ରମ,ରିଙ୍କୁ ବେହେରା ଏବଂ ଗୁମଦା ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।ତାରଣା,ହଁସଡା,ଜଜଗୋଡା,ଚାଡ୍ରୀ ପେସା ଗ୍ରାମସଭା ସଦସ୍ୟ’ଙ୍କ ସହିତ ଜାହିରାଗୋଡା,ଇଚାଡିହି,ହେଁସଡା ଗ୍ରାମର ମହିଳା ପୁରୁଷ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ଶେଷରେ ଜଜଗୋଡା ପେସା ଗ୍ରାମସଭା ସମିତି ସଂପାଦକ ଭୂଲା ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।


