ଜାରିତାଣ୍ଡି ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କ ସଚେତନତତା

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): କରୋନା ମହାମାରୀ ରୂପ ଦିତୀୟ ଲହରରୀରେ ସମଗ୍ର ମାନବ ସମାଜ ଭୟଭୀତ । ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଜାରିତାଣ୍ଡି ସରକାରୀ ଉଚ୍ଚବିଦ୍ୟାଳୟ ର ସ୍କାଉଟସ୍ ଓ ଗାଇଡ୍ ମସିହାରେଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବହଳଦା ଠାରେ କୋରନା ସଂକ୍ରମଣ ଓ ଅଂଶୁଘାତ ଜନିତ ଜନ ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।    ପ୍ରଧାନ ଶିକ୍ଷକ ରାଜକିଶୋର ମହାନ୍ତ ସବୁଜ ପତାକା ଦେଖାଇବା ପରେ ବିଦ୍ୟାଳୟ ପରିସରରୁ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀ’ଙ୍କ ସାଇକଲ୍ ରାଲି ବହଳଦା ବ୍ଲକ କାର୍ଯ୍ୟାଳୟ ଅଭିମୁଖ୍ୟେ ବାହାରିଥିଲା।ବହଳଦା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ମହାନ୍ତ ସବୁଜ ପତାକା ଦେଖାଇ ସ୍କାଉଟ୍ ଓ ଗାଇଡ୍ ଟ୍ରୁପ ର ଛାତ୍ରଛାତ୍ରୀ’ଙ୍କ ସଚେତନତା ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ ଏଥିରେ ଓଷ୍ଟା ବହଳଦା ବ୍ଲକ ସଂପାଦକ ପ୍ରକାଶଚନ୍ଦ୍ର ନାୟକ ଓ ଶିକ୍ଷକ ମୋନଜ ବେଶ୍ରା ସହଯୋଗ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ କୋରନା ସଂକ୍ରମଣ ଓ ଅଂଶୁଘାତ ପ୍ରତି ଜନ ସଚେତନତା ବାର୍ତ୍ତା ଦେବା ସହିତ ଲିଫ୍ଲେଟ୍ ବଣ୍ଟନ କରି ବଜାର ପରିକ୍ରମା କରିଥିଲେ।ବହଳଦା ର ଅଧିଷ୍ଠାତ୍ରୀ ଦେବୀ ମାଁ କିଚକେ‌ଶ୍ୱରୀ ମନ୍ଦିର ପହଞ୍ଚି ଜନ କୋରନା ସଂକ୍ରମଣ ଓ ଅଂଶୁଘାତକୁ ନେଇ ସଚେତନତା ଉଦ୍ଧେଶ୍ୟରେ ବ୍ୟାପକ ଭାବେ ଲିଫଲେଟ୍ ବଣ୍ଟନ କରାଯାଇଥିଲା।   ଏହି କାର୍ଯ୍ୟକ୍ରମ ସ୍କାଉଟ୍ ଶିକ୍ଷକ ରମେଶଚନ୍ଦ୍ର ବିଶୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ସୁବୋଧ କୁମାର ସାହୁ,ମାନସ ରଞ୍ଜନ ମହାନ୍ତ,ହରିପଦ ମହାନ୍ତ,ଶିକ୍ଷୟିତ୍ରୀ ସଂଯୁକ୍ତା ସାହୁ,କର୍ମଚାରୀ ଦୀପକ ମହାକୁଡ ଓ ବସନ୍ତ କୁମାର ମାଝୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ