ବହଳଦା ରେଞ୍ଜର ୪ଟି ଜୋନରେ ପକ୍ଷୀ ଗଣନା ସମାପ୍ତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍);ମୟୁରଭଞ୍ଜ ଜିଲ୍ଲା ବହଳଦା ରେଞ୍ଜର ୪’ଟି ଜୋନରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଯାଇଛି।ପକ୍ଷୀ ଗଣନା ପାଇଁ ୪’ଟିମ୍ ଗଠନ କରାଯାଇ ବିଭିନ୍ନ ଜଳାଶୟ ଓ ଆର୍ଦ୍ରଭୂମି ଗୁଡିକରେ ପକ୍ଷୀ ଗଣନା କରାଯାଇଥିଲା। ଏସିଆନ ଜଳପକ୍ଷୀ ଗଣନା (ଏଡବ୍ଲ୍ୟୁସି/AWC) ପକ୍ଷରୁ ପ୍ରତ୍ୟକ ବର୍ଷ ଜାନୁଆରୀ ମାସରେ ଅନ୍ତରାଷ୍ଟ୍ରୀୟ ଓ ସ୍ଥାନୀୟ ସ୍ତରରେ ପକ୍ଷୀ ଗଣନା କରାଯାଇଥାଏ।ଏହି ପକ୍ଷୀ ଗଣନାର ଉଦ୍ଧେଶ୍ୟ ଅଞ୍ଚଳର ଜଳାଶୟ ଓ ଆର୍ଦ୍ରଭୂମୀ ଗୁଡିକର ଜଳପକ୍ଷୀ ମାନଙ୍କ ବାର୍ଷିକ ବୃଦ୍ଧିର ସୂଚନା ପ୍ରାପ୍ତ କରିବା ସହିତ ଏହି ଜଳାଶୟ ଗୁଡିକରେ ପର୍ଯ୍ୟଟଙ୍କୁ ଆକୃଷ୍ଟ କରିବା ଏବଂ ଏହାଦ୍ବାରା ପକ୍ଷୀ ମାନଙ୍କ ସଂରକ୍ଷଣକୁ ପ୍ରସ୍ତାହିତ କରିବା।
ଚଳିତ ଜାନୁଆରୀ ୩’ ଓ ୪’ ତାରିଖ ଦିନ ଗଣନା କରାଯାଇଥିବା ଏହି ପକ୍ଷୀ ଗଣନା କାର୍ଯ୍ୟରେ ବହଳଦା ବନାଞ୍ଚଳ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ,ବହଳଦା ଫରେଷ୍ଟର ଜିତେନ୍ଦ୍ର ବେହେରା,ଜାମଦା ଫରେଷ୍ଟର ରତିକାନ୍ତ ପଲେଇ,ଝରାଡିହି ଫରେଷ୍ଟର ମହାବୀର ସିଂ ମୁର୍ମୁ,ବହଳଦା ବନରକ୍ଷୀ ଶ୍ରୀମତୀ ସୁଭସ୍ମୀତା ଗିରି,ତିରିଂ ବନରକ୍ଷୀ ଶ୍ରୀମତୀ ମେନକା ନାଏକ,ଜାମଦା ବନରକ୍ଷୀ ଶ୍ରୀମତୀ ରଞ୍ଜିତା ମହାନ୍ତ ଓ ଜାମଦା ବନରକ୍ଷୀ ସୁନୀଲ କୁମାର ମାଝୀ ପ୍ରମୁଖ ବହଳଦା ବନବିଭାଗର ନେସା’ ଡ୍ୟାମ,ତିରିଂ ର ପୋଖରୀଆ ଡ୍ୟାମ,ମୋରଣ୍ଡା ପୋଖରୀ ଓ ବଡଡାଳିମା ପୋଖରୀ ଗସ୍ତକରି ପକ୍ଷୀ ଗଣନା କରିଥିଲେ।ଏଥିରେ ନେସା’ ଡ୍ୟାମ ଠାରେ ୧୨’ପ୍ରଜାତିର ୭୭୪’ଟି ପକ୍ଷୀ,ପୋଖରୀଆ ଡ୍ୟାମରେ ୨୬’ପ୍ରଜାତିର ମୋଟ ୧୦୪୫’ଟି ପକ୍ଷୀ,ମୋରଣ୍ଡା ପୋଖରୀରେ ୪୧୨’ପ୍ରଜାତିର ମୋଟ ୪୧୨’ ପକ୍ଷୀ,ବଡଡାଳିମା ପୋଖରୀରେ ୧୦’ଟି ପ୍ରଜାତିର ମୋଟ ୧୭୧’ଟି ପକ୍ଷୀ ଗଣନାରେ ଠାବ କରାଯାଇଥିବା ବହଳଦା ରେଞ୍ଜ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।