ବହୁଭାଷୀ ପାଠାଗାରକୁ ବିକ୍ରି କରିବାକୁ ଉଦ୍ୟମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଚାର୍ଯ୍ୟ ବିହାରଠାରେ ଥିବା ସର୍ବସାଧାରଣ ବହୁଭାଷୀ ପାଠାଗାରକୁ କିଛି ନେଷ୍ଟସ୍ୱାର୍ଥ ବ୍ୟକ୍ତି ବିକ୍ରି କରିବାକୁ ଉଦ୍ୟମ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବା ସହିତ ପାଚେରୀ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରିଛନ୍ତି । ଆଚାର୍ଯ୍ୟବିହାରସ୍ଥିତ ଏଲ୍ତିନି ୬୪ ନମ୍ବର ପ୍ଲଟ ପାଶ୍ୱର୍ରେ ଥିବା ସର୍ବସାଧାରଣ ବହୁଭାଷୀ ପାଠାଗାର ସାମା ଟ୍ରଷ୍ଟ ଦ୍ୱାରା ଦୀର୍ଘଦିନ ହେବ ପରିଚାଳିତ ହୋଉଅଛି । ଏଠାରେ ଓଡ଼ିଆ, ହିନ୍ଦି, ଇଂରାଜୀ ଓ ଉର୍ଦ୍ଦୁ ଭାଷାର ବହୁ ପାଠୋପଯୋଗୀ ପୁସ୍ତକ ରହିଅଛି । ଗରିବ, ନିରାଶ୍ରୟ ଛାତ୍ରଛାତ୍ରୀମାନେ ଏଠାରେ ମାଗଣାରେ ଅଧ୍ୟୟନ କରିବା ସହିତ ନିଜର ଭବିଷ୍ୟତ ଗଠନ ପାଇଁ ପଢାପଢି କରିଥାନ୍ତି । ସାମା ଟ୍ରଷ୍ଟ ପରିଚାଳନା କମିଟିର ସର୍ବଧର୍ମର ବ୍ୟକ୍ତିବିଶେଷ ଥିବାରୁ ଏହି ପାଠାଗାରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁମୁଖି କାର୍ଯ୍ୟ ତଥା ବିଭିନ୍ନ ପ୍ରତିଯୋଗିତା, କଳା ସଂସ୍କୃତିର ଶିକ୍ଷା, ଯୋଗଶିକ୍ଷା, ମହାପୁରୁଷମାନଙ୍କ ଜନ୍ମଜୟନ୍ତୀ ପାଳନ ଓ ଜନସେବା କାର୍ଯ୍ୟ ଇତ୍ୟାଦି କରଯାଇଥାଏ । କିନ୍ତୁ କିଛି ନେଷ୍ଟସ୍ୱାର୍ଥ ବ୍ୟକ୍ତି ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିଚାଲିଛନ୍ତି । ପିଲାମାନଙ୍କୁ କମେଷ୍ଟ ମାରିବା ସହ କିଛି ସାମଗ୍ରୀ ଉଠାଇ ନେଇଛନ୍ତି । ଖାଲି ସେତିକି ନୁହେଁ ବାହାରେ ଥିବା ସାଇନବୋର୍ଡ଼ରେ ଚୁନ ଲିପିଦେଇଛନ୍ତି ବୋଲି ଟ୍ରଷ୍ଟର ସଭାପତି ଜଣାଇଛନ୍ତି । ଏ ନେଇ ସହିଦ ନଗର ଥାନାରେ ଏତଲା ଦାୟର ହୋଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଭଳି ଘଟଣାକୁ ବୁଦ୍ଧିଜୀବୀ ଓ ଜନସାଧାରଣ ଦୃଢ ନିନ୍ଦା କରିଛନ୍ତି ।