ବହୁମୁଖୀ କେନ୍ଦ୍ର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ୪୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପତଞ୍ଜଳି ଯୋଗ ସମିତି ସହଯୋଗରେ ଗେଟ ବଜାରସ୍ଥ ଏନ.ଜି.ଓ ହଲ୍ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ସଭାପତି କୃଷ୍ଣଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀଚନ୍ଦ୍ର ଶେଖର ସାହୁ ଓ ସମ୍ମାନୀତ ଅତିଥୀଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ଯୋଗ ଦେଇଥିଲେ। ବିନା ସରକାରୀ ଅନୁଦାନରେ ଦୀର୍ଘବର୍ଷ ଧରି ରକ୍ତଦାନ, ବୃକ୍ଷ ରୋପଣ, ପୂଜ୍ୟପୂଜା ଭଳି ଭଲକାମ କରି ଆସୁଥିବାରୁ ଅତିଥିମାନେ ବହୁମୁଖୀକୁ ସାଧୁବାଦ ଜଣାଇଥିଲେ।ପ୍ରାରମ୍ଭରେ ଅନୁଷ୍ଠିତ ସଚେତନ ସଭାରେ ଡା.ସଙ୍କର୍ଷଣ ପାତ୍ର, ସ୍ବାଗତ ଭାଷଣ ଓ ମହମ୍ମଦ ଆସଲାମ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲା ବେଳେ ପତଞଳିର ରାଜ୍ୟ ଯୁବ ସହପ୍ରଭାରୀ ଶ୍ରୀ ସୁବ୍ରତ କୁମାର ପୂଜାରୀ ରକ୍ତଦାନର ଆବଶ୍ୟକତା ବିଷୟରେ କହିଥିଲେ। ପରିଶେଷରେ ଶ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସର୍ବଶ୍ରୀ ଭବାନୀ ଶଙ୍କର ମିଶ୍ର, ଲିପୁନ ସାହୁ, ସୁବ୍ରତ କୁମାର ପୂଜାର ପ୍ରସନ୍ନ କୁମାର ନହାନ୍ତି, ଦିନେଶ କୁମାର ପାତ୍ର, ଏ. ସନ୍ତୋସ ରାଓ, ପାର୍ବତୀ ପ୍ରସାଦ ପାଢୀ, ସାପ୍ତାହିକ ବିଜୟ କେତନର ସମ୍ପାଦକ ନୃସିଂହ ପ୍ରସାଦ ପାଢୀ , ସୁନୀଲ କୁମାର ସାହୁ ଶିବରାମ ପାଢୀ ପ୍ରମୂଖ ୨୪ ଜଣ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ଚନ୍ଦ୍ର ପଟ୍ଟନାୟକ, ରାମ ଚନ୍ଦ୍ର ଦାସ, ପ୍ରସନ୍ନ କୁମାର ପାଢୀ, କେ ରବିବାବୁ, ଭବାନୀ ଶଙ୍କର ପାଣିଗ୍ରାହୀ, ଭିକାରୀ ବେହେରା, ଦର୍ଗା ପ୍ରସାଦ ଦାସ, ଡା ସାଗର ରଞନ ତ୍ରିପାଠୀ, ସୁଖଲତା ତ୍ରିପାଠୀ ପ୍ରମୂଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ