ବହୁ ଆଡମ୍ବରରେ ଲଘୁକ୍ରିୟା,ଗଜପତି ମାର୍କେଟ କମ୍ପ୍ଲେକ୍ସ ଲୋକାର୍ପିତ ହେଲା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଏନ ଏ ସି ରେ ନୂତନ ଭାବେ ନିର୍ମିତ ଗଜପତି ମାର୍କେଟ ସମୂହ ଓ ବୁଭିନ କାର୍ଯ୍ୟ ର ଲୋକାର୍ପିତ ପାଇଁ ସବୁ ପ୍ରକାର ସଜବାଜ ସାରିଥିଲା, ଯାହାକି ବ୍ରହ୍ମପୁର ସାଂସଦ ଙ୍କ ଦ୍ୱାରା ଲୋକାର୍ପିତ ହୋଉଥାନ୍ତା କିନ୍ତୁ ଶେଷ ମୁହୂର୍ତ୍ତ ରେ ଏହି ଲୋକାର୍ପଣ ହୋଇ ପରି ନାହିଁ |ପ୍ରାପ୍ତ ସୂଚନା ମୁତାବକ ଏହି ଉଦଘାଟନ ପାଇଁ ସାଂସଦ ସହମତି ଦେଇଥିଲେ, ଶେଷ ପର୍ଯ୍ୟାୟ ରେ ଶ୍ରୀ ଚନ୍ଦ୍ର ଶେଖର ସାହୁ ଅନ୍ୟ କାର୍ଯ୍ୟ ରେ ବ୍ୟସ୍ତ ଥିବା ଯୋଗୁଁ ଆସି ପାରିଲେ ନାହିଁ ବୋଲି ବିଜେଡି ତରଫରୁ କୁହାଗଲା, ହେଲେ ଅଧ୍ୟାକ୍ଷା ଶ୍ରୀମତୀ ସୁଧାରାଣୀ ଫଳକ ରେ ବନାନ ତ୍ରୁଟି ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବା ଗଣ ମାଧ୍ୟମ କୁ କହିଛନ୍ତି | ପ୍ରକୃତ କଥା ହେଲା ସେଥିରେ ପାରଳା ବିଧାୟକ କିମ୍ବା ତାଙ୍କ ପ୍ରତିନିଧି ଙ୍କ ନାମ ନଂ ଥିଲା, ଏଣୁ କୌଣସି ଅପ୍ରିତିକାର ପରିସ୍ଥିତି ହେବା ସମ୍ଭାବନା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଛି ବୋଲି ବିଜେପି କହୁଛି, ହେଲେ ପ୍ରଶାସନ ଏଭଳି କାହିଁକି ଅବହେଳା କଲେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି, ଏଣୁ ଫଳକ ଗୁଡିକୁ ଉଠାଇ ପୁନଃ ଲୋକାର୍ପଣ ର ବ୍ୟବସ୍ଥା କରାଯାଉଥିବା ଜଣା ପଡିଛି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ