ବହୁ ଚର୍ଚ୍ଚିତ ବିପିସିଙ୍କୁ ବହିଷ୍କୃତ ପାଇଁ ସୁପାରିଶ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ହାଟଡିହି ବ୍ଲକର ରୁରାଲ ହାଉସିଂ ବିପିସି (ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର) ନିରଞ୍ଜନ ବାରିକଙ୍କୁ କାର୍ଯ୍ୟରୁ ବହିଷ୍କାର ପାଇଁ କେନ୍ଦୁଝର ସିଡିଓ କୁମାର ନାଗଭୂଷଣ ସମ୍ପୃକ୍ତ ଆଉଟ ସୋର୍ସିଙ୍ଗ ସଂସ୍ଥାକୁ ଚିଠି ଜାରି କରିଛନ୍ତି l କେନ୍ଦୁଝର ଜିଲ୍ଲା ପରିଷଦ କାର୍ଯ୍ୟାଳୟଙ୍କ ଚିଠି ନଂ ୫୯୬୯/୩୦.୧୦.୨୦୨୪ ରେ ଦର୍ଶାଯାଇଛି। କାର୍ଯ୍ୟରେ ଅବହେଳା ଏବଂ ଅନିୟମିତତା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଚିଠିରେ ଉଲେଖ ରହିଛି l କେନ୍ଦୁଝର ଜିଲ୍ଲାରେ ଏପରି କର୍ମଚାରୀଙ୍କ ଆବଶ୍ୟକତା ନାହିଁ ବୋଲି ଚିଠିରେ ଉଲେଖ କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ନିରଞ୍ଜନଙ୍କ ନାମରେ ପୂର୍ବରୁ ବିଭିନ୍ନ ଅଭିଯୋଗ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି l ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଥିବା ଏବଂ ଆବାସ ଯୋଜନାରେ ଚଞ୍ଚକତା କରି ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହୋଇ ଆସୁଥିଲା l ଏପରିକି ଏନେଇ ଅନେକ ପଞ୍ଚାୟତର ସରପଞ୍ଚ ମାନେ ବାରମ୍ଵାର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। ହାଟଡିହି ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଆସୁଛି। ସରକାରଙ୍କ ଏପରି ପଦକ୍ଷେପ ପରେ ହିତାଧିକାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ