ବହୁ ଚର୍ଚ୍ଚିତ ସରୋଜ ହତ୍ୟାକାଣ୍ଡରେ ୫ ଜଣକୁ ଗିରଫ କଲା ଚୌଦ୍ଵାର ପୋଲିସ୍

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ଗ୍ରାମରେ ଗତ ୨ ତାରିଖରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍।ଏହି ଘଟଣାରେ ଚୌଦ୍ୱାର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ପୂର୍ବରୁ ମଣ୍ଟୁ ସାମଲ ଏବଂ ଆଶାଲତା ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚୌଦ୍ୱାର ପୋଲିସ ଏବଂ ସ୍ପେଶାଲ ସ୍କାର୍ଡ଼ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ । ଗତ କାଲି ଫେରା ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚୌଦ୍ୱାର ବାଣିପଦା ହରିଜନ ସାହିର ଅନିଲ ସାମଲ , ହାକିମ ସାମଲ , ରାଜେନ୍ଦ୍ର ସାମଲ , ସାଗର ସାମଲ ଏବଂ ଅନୁସୁୟା ସାମଲ । ଆଜି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ୨ ତାରିଖରେ ଦୁଇ ପରିବାର ମଧ୍ୟରେ ଘଟିଥିବା ଗଣ୍ଡଗୋଳରେ ସରୋଜ ସାମଲ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡାକ୍ତର ଖାନାରେ ସରୋଜର ମୃତ୍ୟୁ ଘଟିଥିଲା । ତେବେ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ