ଅସମ୍ପୂର୍ଣ ଓଭରବ୍ରିଜ ଉଦଘାଟନକୁ ବି ଜେ ପିର ବିରୋଧ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଅସମ୍ପୂର୍ଣ ଇଞ୍ଜିନିଅର ସ୍କୁଲ ଓଭରବ୍ରିଜ କରୋନା ମହାମାରୀ ଚାଲିଥିବା ସମୟରେ ନିର୍ଦ୍ଧିଷ୍ଟ ସମୟ ଠାରୁ ବର୍ଷ ବର୍ଷ ବିଳମ୍ବ ହୋଇଥିଲେ ମଧ୍ୟ ଆଉ ମାସେ ଦୁଇମାସ ବିଳମ୍ବ ରେ କାମ ସମ୍ପୂର୍ଣ ହୋଇଥାନ୍ତା, କିନ୍ତୁ ଆଜି ଜିଲ୍ଲାପାଳ ଙ୍କ ଜନ୍ମଦିନ ସକାଶେ ତରବରିଆ ଭାବେ ଉଦଘାଟନ କରିଥିବା ଶିଳ୍ପାଞ୍ଚଳ ମଣ୍ଡଳ ବିଜେପି ତରଫରୁ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବ୍ରହ୍ମପୁର ର ପାଞ୍ଚଗୋଟି ଓଭରବ୍ରିଜ ପାଇଁ ୧୯୯୫ମସିହା ରୁ ବିଜେପି ନେତା ରାମପାତ୍ର ବ୍ରହ୍ମପୁର ଠାରେ ଓଭରବ୍ରିଜ ନିର୍ମାଣ ଦାବିନେଇ ଅନଶନ, ଆନ୍ଦୋଳନ ଓ ଧାରଣା ରେ ବସି ଜେଲଯାଇ ସରକାର ଙ୍କ ଉପରେ ଚାପ ପକାଇ ଥିଲେ । ସେତେବେଳେ ର ସାଂସଦ ଅନାଦି ସାହୁ, ବିଜେପି ଓ ବିଜେଡି ମେଣ୍ଟ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଏହି ସମସ୍ତ ଓଭରବ୍ରିଜ କରିବା ପାଇଁ ଅନୁମତି ଦେଇଥିଲେ। ଦୀର୍ଘ ୨୫ବର୍ଷ ପରେ ରାମପାତ୍ରଙ୍କ ସ୍ବପ୍ନ ପୂରଣ ହେଲା କିନ୍ତୁ ଏହି ଅସମ୍ପୂର୍ଣ ବିପଦ ପୂର୍ଣ୍ଣ ଓଭରବ୍ରିଜ ର ଉଦଘାଟନ କୁ ଆଜି ରାମପାତ୍ର ଙ୍କ ନେତୃତ୍ୱରେ ଶିବଶଙ୍କର ନାୟକ, କିରଣ କୁମାର ସାହୁ, ମଧୁ ସୁଦନ ସାହୁ,ତୁମ୍ବେଶ୍ୱର ନାୟକ, କେଶବ ଚନ୍ଦ୍ର ପାଢ଼ୀ, କେ ରବି ରାଓ, ବିଜୟ କୁମାର ଦୋରା, ଯେ ମୁରଲୀ, ସିମାଞ୍ଚଳ ପାତ୍ର, ଶ୍ରୀଧର ସାହୁ, ଚିତ୍ତ ରଞ୍ଜନ ପାଠୀ, ଇ ସନ୍ତୋଷ ପାତ୍ର,କମଳ ପାତ୍ର,ସନ୍ତୋଷ ପାତ୍ର , ପ୍ରମୋଦ ମଣ୍ଡଳ, କେ ମୋହନ ରାଓ, ବୈରାଗୀ ଦାଶ, ସନ୍ତୋଷ ସାହୁ, ସୁମିତ ପାତ୍ର, ସୁନୀଲ ନାୟକ,ସୁଶାନ୍ତ ପାତ୍ର,ଗୁଡ଼ୁ ମହାପାତ୍ର, ବଳିଆ ନାହାକ, ସୁନୀଲ ସାହୁ, ଦୁଃଖିଶ୍ୟାମ ନାୟକ ପ୍ରମୁଖ ଯୋଗ ଦେଇ ବିରୋଧ କରିବା ସହ କଳା ପତାକା ପ୍ରଦର୍ଶନ କରିବା ବେଳେ ପୋଲିସ ସମସ୍ତ ଙ୍କୁ ଗିରଫ କରି ପୁଣି ଛାଡି ଦେଇଥିବା ସୂଚନା ମିଳିଛି ।


