ବହ୍ନି ବଳୟରେ କନ୍ୟାସନ୍ତାନ
ବିପିନ ବିହାରୀ ମହାନ୍ତି
ସାରା ବିଶ୍ୱରେ ଥିବା ୬୫୦ କୋଟି ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ନାରୀ । ଦୁଃଖ ଯେ, ପୁରୁଷଙ୍କ ପରି ସେମାନେ ତ ସମାନ ନ୍ୟାୟ ପାଆନ୍ତି ନାହିଁ , ନ୍ୟାଯ୍ୟ ଅଧିକାର ଭୋଗକରନ୍ତି ନାହିଁ, ଅପରନ୍ତୁ ଶୋଷିତ ଓ ଅତ୍ୟାଚାରିତ ହୁଅନ୍ତି ଏବଂ ଏହାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅବଶ୍ୟ ସେମାନଙ୍କ ସୁରକ୍ଷା ଦେବାରେ ଏବଂ ଉନ୍ନତିଲେ ବିଭିନ୍ନ ଆଇନ୍ ରାଷ୍ଟ୍ରମାନେ ପ୍ରଣୟନ କରିଛନ୍ତି ଅଥଚ କାର୍ଯ୍ୟ ବା କାରଣକୁ ଏହା କାମରେ ଆସେ ନାହିଁ । ଏ ଦୃଷ୍ଟିରୁ ଏତିକି କୁହାଯାଇପାରେ ଯେ, ଯେଯାଏଁ ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ନ ଘଟିଛି, ମହିଳାମାନଙ୍କ ଉପରେ ଚାଲିଥିବା ଆକ୍ରମଣ ଓ ଅତ୍ୟାଚାର ହ୍ରାସ ପାଇବା ଅସମ୍ଭବ ।ନାରୀମାନଙ୍କ ପ୍ରତି ଚାଲିଥିବା କଳାତ୍କାର, ଧର୍ଷଣ ଓ ହତ୍ୟାର ମାତ୍ରା ଦିନକୁଦିନ ମାତ୍ରାଧିକ ଭାବରେ ବଢ଼ିଚାଲିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ୨୦୧୨ରେ ଭାରତରେ ୨୪, ୬୨୩ଟି ବଳାତ୍କାର ଘଟିଥିବା ବେଳେ ଏହି ବଳାତ୍କାର ସଂଖ୍ୟା ୨୦୧୩ ପାଇଁ ହୋଇଛି ୩୩,୭୦୭ । ଓଡ଼ିଶାରେ ଏ ସଂଖ୍ୟା ସେହି ସମୟରେ ୧୪୫୮ରୁ ୧୮୩୨କୁ ବୃଦ୍ଧି ପାଇଛି । ଜାତୀୟ ଅପରାଧ ରେକଡ଼ ବ୍ୟୁରୋ ଗତବର୍ଷ କରିଥିବା ସର୍ଭେ ଅନୁସାରେ ଗତବର୍ଷ ୩୩ ହଜାର ୭୮୯ଟି ମାମଲାମଧ୍ୟରୁ ସର୍ବାଧିକ ମାମଲା ହେଉଛି ଯୌତୁକ ଜନିତ ହତ୍ୟା । ଏହାର ମାତ୍ରା ହେଉଛି ୧୬.୭% । ସେହିପରି ୨୦୧୧ ତୁଳନାରେ ୨୦୧୩କୁ ଅପହରଣ ମାତ୍ରା ବଢ଼ିଛି ତିନିଗୁଣ । ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀ କନ୍ୟା ମାନଙ୍କୁ ନେବା ଏବଂ ପରେ ଧର୍ଷଣ କରି ଦଲାଲ ହାତରେ ଟେକି ଦେବା ଅଥବା ହତ୍ୟା କରିବା ଅପହରଣର ହେଉଛି ଶେଷ ପରିଣତି ।ବିଶ୍ୱ, ବିଶେଷ କରି ଭାରତୀୟମାନଙ୍କର ନାରୀପ୍ରତି ଥିବା ଅସମାନତା ମାନସିକତାର ଅନ୍ୟତମ ଉଦାହରଣ ହେଉଛି କନ୍ୟା ଭୃର ହତ୍ୟା । ଏକ ପରିସଂଖ୍ୟାନ ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ଭାରତର କନ୍ୟାଭୃଣ ହତ୍ୟା ସଂଖ୍ୟା ପ୍ରାୟ ଏକ କୋଟୀରୁ ଅଧିକ । ଏହାସବୁ ବେଆଇନ୍ ଗର୍ଭପାତ । ଏହାର ଅର୍ଥ ହେଲା ବେଆଇନ୍ ଭାବେ ସୋନୋଗ୍ରାଫି ଜରିଆରେ ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପିତ ହେଉଛି । ଏହା ଯଦି କନ୍ୟା, ତାକୁ ସେ ଭୃଣରୁ ହତ୍ୟା କରାଯାଉଛି ଏବଂ ତାକୁ ବର୍ଯ୍ୟବସ୍ତୁ ଆକାରରେ କୋଉଠି ଫିଙ୍ଗି ଦିଆଯାଉଛି । ଏମିତି ସବୁକାରଣକୁ ଶିକାରହୁଏ ନାରୀ, ହ୍ରାସ ହୁଏ ତା’ ସଂଖ୍ୟା ।ମିଳିତଜାତିସଂଘର ବିଶ୍ୱ ଜନସଂଖ୍ୟା ପାଣ୍ଠି (ଡ଼ବ୍ଲୁ.ପି.ଏଫ୍)ର ତେଚାବନୀ ଅନୁସାରେ ପୁରୁଷ-ମହିଳା ସନ୍ତୁଳନରେ ଭାରତ ସବୁଠାରୁ ଦୁର୍ବଳ ରାଷ୍ଟ୍ର । ଯଦି କନ୍ୟା ସନ୍ତାନ ସଂଖ୍ୟା ଏହିପରି ହ୍ରାସ ପାଏ, ତା’ହେଲେ ଭାରତରେ ଏକ ସେ ସାମାଜିକ ସଂକଟ ଦେଖାଯିବ, ହୁଏତ ଏଥିପାଇଁ ୨୫ଭାଗ ଯୁବକଙ୍କ ପାଇଁ ପାତ୍ରୀ ମିଳିନପାରେ । ଏବେ ତ ଏହି କାରଣରୁ ହିରଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଇତ୍ୟାଦିରେ ବିବାହ ପାଇଁ ପାତ୍ରୀ ସଂକଟ ଉତ୍ପନ୍ନ ହୋଇ ଗଲାଣି । ଏପରି କନ୍ୟା ସଂକଟ ଘଟିବାର ଏକ ମୁଖ୍ୟ କାରଣ ଏହି ଯେ, ଯୌତୁକ ଜନିତ ଆର୍ଥିିକ ଦଣ୍ଡରୁ ମୁକ୍ତି ପାଇଁ କନ୍ୟା ଭୃଣହତ୍ୟା । ଦୁଃଖ ଯେ, ଏହାକୁ ଏଡ଼ାଇବା ପାଇଁ ଯୌତୁକ ନିରୋଧ ଆଇନ୍, ଭୃଣହତ୍ୟା ନିଷେଧ ଆଇନ୍, ପିତାମାତାଙ୍କ ସଂପତ୍ତିରେ ପୁତ୍ରପରି କନ୍ୟାର ସମାନ ଅଧିକାର ଆଇନ୍ ଇତ୍ୟାଦି ଥାଇସୁଦ୍ଧା ‘ଯଥା ପୂବ ତଥା ପର’ ନ୍ୟାୟରେ ସବୁକିଛି ଚାଲିଛି ।କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ରରେ ମହିଳାଙ୍କ ସ୍ଥିତି ଏପରି ଦୟନୀୟ ଅବସ୍ଥାରେ ଅଛି । କନ୍ୟାଭୃଣ ହତ୍ୟାରୋକିବା, ଲିଙ୍ଗଗତ ବୈଷମ୍ୟ ଦୂରେଇବା, ଶିଶୁକନ୍ୟାଙ୍କ ଶିକ୍ଷା, ପୁଷ୍ଟି, ସ୍ୱାସ୍ଥ୍ୟ, ଆଇନ୍ଗତ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ବିରୁଦ୍ଧରେ ଦେଖା ଓ ଲିଙ୍ଗଗତ ବୈଷମ୍ୟ, ହିଂସା, ବାଲ୍ୟବିବାହ ପ୍ରଥା ରୋକିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୧ ଅକ୍ଟୋବରକୁ ଆନ୍ତଜାତିକ କନ୍ୟା ଶିଶୁ ଦିବସ ରୂପେ ୨୦୧୨ ଠାରୁ ପାଳିତ ହେଉଛି । ଏହି ଅବସରର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛ । ଆସନ୍ତୁ ଲିୠତ ପାର୍ଥକ୍ୟ ଭୂଲିଯିବା । କନ୍ୟାଟିଏ ନୁହେଁ, ଆଗାମୀ କାଲିର ଈଶ୍ୱରୀଙ୍କ ସ୍ଥିତିପାଇଁ ଯତ୍ନବାନ ହେବା ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮