ବାଂଝିଆମା ଗ୍ରାମର ୨୫ ପରିବାରକୁ ନିତ୍ୟାବାଶ୍ୟକ ସାମଗ୍ରୀ ବଣ୍ଟନ

ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ):ବାଂଝିଆମା ହେଉଛି କଟକ ଜିଲ୍ଲାର ଏକ ଆଦିବାସୀ ଅଞ୍ଚଳ ଯେଉଁଠି ଆଜି ବି ଏଠାକାର ବାସିନ୍ଦା ପ୍ରାୟ ସମାଜର ମୁଖ୍ୟ ସ୍ରୋତରୁ ବହୁ ଦୂରରେ। କୋଭିଡ୍‌ -୧୯ ଭୁତାଣୁ ସଂକ୍ରମଣ କୁ ରୋକିବା ପାଇଁ ଦେଶ ତଥା ରାଜ୍ୟରେ ଲାଗୁ ହୋଇଥିବା ଲକ୍ ଡାଉନ୍ ଏହି ଅଞ୍ଚଳର ବହୁ ଗରିବ ଓ ନିରାଶ୍ରୟ ଆଦିବାସୀ ମାନେ ଅନେକଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହା କୁ ଦୃଷ୍ଟିରେ ରଖି ଚୌଦ୍ଵାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟନ୍ତୀ ନଗର ଯୁବକ ସଂଘ ତରଫରୁ ଏହି ଗ୍ରାମରେ ପ୍ରାୟ ୨୫ ପରିବାରକୁ ଚାଉଳ, ଡାଲି, ଆଳୁ,ଲୁଣ, ସାବୁନ, ତେଲ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଗଠନ ସଭାପତି ନିହାର ରଞ୍ଜନ ରାଉତରାୟ, ଦୀପ୍ତି ରଞ୍ଜନ ସାହୁ, ଶିବାଶିଷ ମହାପାତ୍ର, ସାର୍ଥକ ମହାନ୍ତି, ସୁରେଶ ମହାନ୍ତି, ସନ୍ତୋଷ ବୁର୍ମନ୍,ବାଟୁଧର ସାମଲ, କେଶବ ବଳବନ୍ତ ରାୟ, କୁଲୁ ମହାନ୍ତି , ମିଥୁନ ଚକ୍ରବତି, ଶିକ୍ଷକ ଶ୍ରୀନିବାସ ସାହୁ ଏବଂ ବାବଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ