ବାଂଲାଦେଶୀ ଅନୁପ୍ରବେଶକାରୀ ସ୍ଥାୟୀ ବାସିନ୍ଦା ହୋଇ ଗଲେଣି

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଗତ କିଛି ବର୍ଷ ହେବ ନିମାପଡ଼ା ର କୁଶଭଦ୍ରା ନଦୀ କୂଳରେ ଏବଂ ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ହାଡୁଆ ପୋଖରୀ ବନ୍ଧ ନିକଟରେ ସରକାରୀ ଜମି ରେ କିଛି ବାଂଲାଦେଶୀ ଅନୁପ୍ରବେଶକାରୀ ପରିବାର ସହ ଆସି ବସବାସ କରି ଏହି ଅଞ୍ଚଳର ସ୍ଥାୟୀ ବାସିନ୍ଦା ପାଲଟିଥିଲେ ମଧ୍ଯ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ନିମାପଡ଼ା ଓ ଚାରିଛକ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବହୁ ବାଂଲାଦେଶୀ
ଭଡ଼ା ଘରେ ରହି ଗାଁ ଗାଁ ବୁଲି ବିଭିନ୍ନ ପ୍ରକାରର ହରେକମାଲ ସାମଗ୍ରୀ ବିକ୍ରୀ କରୁଥିବା ଦେଖା ଯାଉଛି। ନାଁ ଏମାନଙ୍କ ପ୍ରକୃତ ପରିଚୟ କିଏ ସଠିକ୍ ଭାବେ ଜାଣିଛି ନା ସ୍ଥାନୀୟ ପୋଲିସ ପ୍ରଶାସନ ପାଖରେ ଏମାନଙ୍କ ସମ୍ପର୍କ ରେ କୌଣସି ତଥ୍ୟ ରହିଛି। ବିଭିନ୍ନ ସମୟରେ ବହୁ ଅଜଣା,ଅଚିହ୍ନା ବ୍ୟକ୍ତି ମାନେ ଏମାନଙ୍କ ପାଖକୁ ଆସି ରାତ୍ରୀ ଯାପନ କରି ପୁଣି କୁଆଡେ ଚାଲି ଯାଉଛନ୍ତି। ଏହି ସନିଗ୍ଧ ବ୍ୟକ୍ତି ମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ଏଠାରେ ରହୁଥିବା ବାଂଲାଦେଶୀ ନାଗରିକ ମାନେ ବେଆଇନ ଭାବେ ରାସନ କାର୍ଡ, ଜବ କାର୍ଡ ହାତେଇ ଥିବା ବେଳେ ସେମାନଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।
କିଛି ବ୍ୟକ୍ତି ଅସ୍ତରଙ୍ଗ ମୁହାଁଣ ରୁ ମାଛ ଯାଆଁଳ ଧରି ବାଂଲାଦେଶ ଓ କୋଲକତା କୁ ଚାଲାଣ କରୁଥିବା ବେଳେ କିଛି ଯୁବକ ବେଆଇନ ଭାବେ କୋଲକତା କୁ ଗୋରୁ ଓ ଗୋ ମାଂସ ଚାଲାଣ କରୁଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତୁରନ୍ତ ନିମାପଡ଼ା ଓ ତୁଳସୀପୁର ଠାରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ଏହି ଅଞ୍ଚଳ ରୁ ତାଙ୍କ ଦେଶ କୁ ଫେରାଇଦେବାକୁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ