ବାଂଲାଦେଶ ର ବୋର୍ଡର ରେ କାର୍ଯ୍ୟରତ ଓଡ଼ିଆ ଯବାନ ସହିଦ
କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମର ଗତ ରାତି ବାଂଲାଦେଶ ର ବୋର୍ଡର ରେ କାର୍ଯ୍ୟରତ ଅବସ୍ଥାରେ ଓଡ଼ିଆ ଯବାନ ସହିଦ । ସହିଦ ଯବାନ ଙ୍କ ନାଁ ଈଶ୍ୱର ଚନ୍ଦ୍ର ଦୋରା। ସହିଦ ଇସ୍ୱର୍ ଙ୍କ ବୟସ ୪୦। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡିରେ ତାଙ୍କ ଘର। ଦୁଃଖର ଖବର ଆସିବା ପରେ ପରିବାର ବର୍ଗରେ ଶୋକର ପରିବେଶ ସୃଷ୍ଟି ହେଇଛି। ସେ ୨୦୦୯ମସିହା ରେ ଚାକିରୀ ପାଇଥିଲେ ଏବଂ ୨୦୧୩ ରୁ ଓଡ଼ିଶା ବାହାରେ ରହୁଥିଲେ । ଘରେ ତାଙ୍କର ମା, ବାପା , ୨ଭାଇ ୨ଭାଉଜ ସ୍ତ୍ରୀ ଏବଂ ୫ବର୍ଷର ଜଣେ ଝିଅ ଅଛନ୍ତି । ଗତକାଲି ସେ ରାତି ୮ଟା ରେ ଫୋନ କରିକି ଘର ଲୋକଙ୍କ ସହ କଥା ହେଇଥିଲେ । ରାତି ୨:୩ଟା ମଧ୍ୟରେ ଘରକୁ ଏବଂ ନିଜ ଅଫିସ କୁ ସେ ସୁରକ୍ଷିତ ଥିବା ମେସେଜ ମଧ୍ୟ କରିଥିଲେ। ତାପରେ ଆଉ ତାଙ୍କ ଫୋନ ଲାଗି ନଥିଲା। ସକାଳ ୮’୩୦ ରେ ତାଙ୍କ ଅଫିସ ରୁ ଘର ଲୋକଙ୍କୁ ଈଶ୍ୱର ଆଉ ନାହାନ୍ତି ବୋଲି ଖବର ଆସିଥିଲା। ତାଙ୍କ ଦେହରେ ଗୁଳି ବାଜିଛି ଏବଂ ସେ ପାଣି ଭିତରେ ପଡ଼ି ମୃତ୍ୟୁବରଣ କରିଛନ୍ତି ବୋଲି କମାଣ୍ଡେଣ୍ଡ ଫୋନ କରି କହିଥିଲେ। ବର୍ତ୍ତମାନ ତାଙ୍କର ପୋଷ୍ଟ ମର୍ଟମ ଚାଲିଛି। ସରିଲେ ଘର ଲୋକଙ୍କୁ ପୁଣି ଖବର ଦିଆ ଯିବ ବୋଲି କୁହା ଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଶବ କେତେବେଳେ ଆସିବେ କୌଣସି ଖବର ଦିଆଯାଇ ନାହିଁ।