ବାଇକକୁ ଧକ୍କା ଦେଲା କାର : ବାଇକ ଚାଳକ ଗୁରତର 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମ ନିକଟରେ ବାଇକକୁ କାର ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ହୋଥିବାର ଜଣାପଡିଛି । ବାଇକ ଚାଳକ ଜଣକ ରାୟଗଡା ଜିଲ୍ଲାର ଗୁଣୁପୁର ସହରରୁ ପାରଳାଖେମୁଣ୍ଡି ସହରକୁ ଆସୁଥିବାବେଳେ କାରଟି ପାରଳାଖେମୁଣ୍ଡିରୁ ଗୁଣୁପୁର ସହର ଅଭିମୁଖେ ଯାଉଥଲା । ତେବେ କୌଣସି କାରଣରୁ ଉଭୟ ଗାଡି ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ସୌମ୍ୟରଂଜନ ଦାସ ଏବଂ ବାଇକର ପଛ ସିଟ୍‌ରେ ବସିଥିବା ଦୀପକ କୁମାର ବାଇକୁର ଛିଟିକି ପଡିଥିଲେ । ବାଇକଚାଳକ ସୌମ୍ୟରଂଜନ ଗୁରୁତର ଥିବାବେଳେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠାଇଦିଆଯାଇଥିବାର ଜଣାପଡିଛି । ଦୁର୍ଘଟଣାରେ ଉଭୟ ବାଇକ ଓ କାର ଚୁରମାର ହୋଇଥିବାର ଦେଖିବାକୁ ମିଳିଛି । ଘଟଣାକୁ ନେଇ ପାରଳା ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକା ତଦନ୍ତ କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ