ବାଇକରେ ଆସି ମହିଳାଙ୍କ ବେକରୁ ସୁନାଚେନ ଲୁଟିଲେ
ଗଞ୍ଜାମ, (ବିନୋଦ ପଲାଇ):ପଞ୍ଚୁଦୌଳ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକରେ ଆସି ଦୁଇଜଣ ଦୁର୍ବୁତ୍ତ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଇଥିବା ଜଣାପଡିଛି। ଏହିଭଳି ଘଟଣା ଘଟୁଛି , ରମ୍ଭା ଥାନା ଅନ୍ତର୍ଗତ ଶତ୍ରୁ ସୋଲ ଗ୍ରାମରେ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ବି.ଶତ୍ରୁସୋଲ ଗ୍ରାମର ଝୁମୁରି ଦାସ ହୁମ୍ମା ପଞ୍ଚୁଦୌଳ ଯାତ୍ରା ଦେଖି ରାତି ପ୍ରାୟ ତିନିଘଣ୍ଟ ସମୟରେ ଫେରୁଥିବା ବେଳେ , ଦୁଇଜଣ ଯୁବକ ତାଙ୍କୁ ପିଛାକରି ଶତୃସୋଲ ବାତ୍ୟା ଆଶ୍ରୟ ସ୍ଥଳୀ ନିକଟରୁ ମହିଳାଙ୍କ ବେକରୁ ସୁନା ଚେନଟି ଛଡାଇ ଆଖି ପିଛୁଳାକେ ପଳାଇଥିଲେ। ଏନେଇ ଖବର ପାଇ ରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।