ବାଇକ୍ ଉଦ୍ଧାର, ୨ ଗିରଫ

ନୟାହାଟ (ଯୁଗାଦ୍ଧ ନ୍ୟୁଜ)): ନୟାହାଟ ଫାଣ୍ଡି ଅଧିକାରୀ ଗୋଟିଏ ଚୋରି ବାଇକ୍ ଉଦ୍ଧାର କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ନୟାହାଟ ବଜାରରେ ଥୁଆ ହୋଇଥିବା ହୁଣ୍ଡା ସିଡି ଡିଲକ୍ସ ବାଇନ୍ (ଓଆର୦୫ସି୧୬୩୭)କୁ ଜବତ କରିଥିଲା । ପରେ ଏହା ଚୋରି ଗାଡ଼ି ବୋଲି ଜଣାପଡ଼ିଥିଲା । ଏହି ବାଇକ୍କୁ ଭାରଗୋଳ ଗ୍ରାମର କାଳନ୍ଦୀ ରାଉତ ନିମାପଡ଼ା ଥାନାର ଅସାଲୋ ଗ୍ରାମର କୁଖ୍ୟାତ ଚୋର ବୁଲୁ ମହାନ୍ତିଠାରୁ କିଣିଥିଲେ । ଏହା ଜାଣିବାପରେ ଫାଣ୍ଡି ଅଧିକାରୀ ସାହୁ ଅସାଲୋକ ଗ୍ରାମରୁ ଗାଡ଼ି ଚୋର ବୁଲୁ ମହାନ୍ତିକୁ ଗିରଫ କରି ମାମଲା ରୁଜୁ କରିଥିଲା । ପରେ ଦୁଇଜଣଙ୍କୁ କୋର୍ଟଚାଲାଣ କରିଥିଲା । ଜାମିନା ନାମଞ୍ଜୁର ହେବାରୁ ଦୁଇଜଣ ଜେଲ୍ ଯିବାକୁ ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ