ବାଇକ୍ ଚୋରି

ଯୋଡା, (ସମୀର କୁମାର ଦାସ):ଯୋଡା ବ୍ଲକ ଛକ ନିକଟରେ ରବିବାର ଦିନବେଳେ ଏକ ବାଇକ୍ ଚୋରି ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁଧିଷ୍ଠିର ମହାକୁଡ ତାଙ୍କ ବାଇକ୍ କୁ ଛକ ନିକଟରେ ରଖି ଜନସେବା କେନ୍ଦ୍ରକୁ ଯାଇଥିଲେ । ସେଠାରୁ ଫେରି ଆସିବା ପରେ ତାଙ୍କର ବାଇକ୍‌ଟି ସେଠାରେ ନଥିବା ଦେଖିଥିଲେ । ଦିନ ଦ୍ୱିପ୍ରହରରେ ଏହିପରି ବାଇକ୍ ଚୋରି ହୋଇଥିବାରୁ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏ ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ