ବାଇକ୍ ଚୋରି ଘଟଣାରେ ଜଣେ ଗିରଫ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଦୁଆନପଲ୍ଲୀ ଗ୍ରାମରେ ଏକ ବାଇକ୍ ଚୋରି ହୋଇଥିଲା । ଏହି ଘଟଣାରେ ଛତ୍ରପୁର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଜଣକ କୋଦଳା ଥାନା ଅନ୍ତର୍ଗତ ବାତରାପଲ୍ଲୀ ଗ୍ରାମର ଦିବ୍ୟ ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ, ଛତ୍ରପୁର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ନିରଞ୍ଜନ ପ୍ରଧାନ ଦୁଆନପଲ୍ଲୀ ଗ୍ରାମରେ ଗାଡି ରଖି କାମକୁ ଯାଇଥିବା ବେଳେ ତାଙ୍କ ସ୍କୁଟି (ଓଡି୦୭ଟି-୮୦୪୪) ଚୋରି ହୋଇଥିଲା । ଏନେଇ ସେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ୫୨୦/୨୧ରେ ମାମଲା ରୁଜୁ କରି ଛତ୍ରପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।


